ଅସଂପୂର୍ଣ୍ଣ ସ୍ବପ୍ନ
ଅସଂପୂର୍ଣ୍ଣ ସ୍ବପ୍ନ
ଆଲୋକ ଭିତରେ
ଅନ୍ଧକାର ହଜିଗଲା ପରି
ତୁମ ଭିତରେ ହଜି ଯିବାର ମୋହ
ତୁମ ଛାତି ରେ ଶୋଇ ଶୋଇ
ସ୍ବପ୍ନ ଦେଖିବାର ଇଚ୍ଛା
ଜାଗି ଉଠେ ପ୍ରତି ଟି ମୂହୁର୍ତ୍ତେ ା
ତୁମ ଆଖି ରେ
ସାରା ଦୂନିଆଁ ଦେଖିବାର ମୋହ
ତୁମ ସ୍ପର୍ଶ ରେ
ରୋମାଂଚିତ ହେବାର ଆବେଗ
ସୃଷ୍ଟି ହୁଏ ପ୍ରତି ଟି କ୍ଷଣ ରେ ା
ହେଲେ
ଏଇ ସ୍ବପ୍ନ ଓ ଆବେଗ
ଏଇ ଇଚ୍ଛା ଆଉ ମୋହ
ରହି ଯାଏ ସେଇମିତି
ଅସଂପୂର୍ଣ୍ଣ ହୋଇ
ଅବ୍ୟକ୍ତ ଯନ୍ତ୍ରଣା ରେ
ହୃଦୟ ଟା ହେଉଥାଏ ଦହି ା