ଅସମ୍ଭବ ପ୍ରେମ
ଅସମ୍ଭବ ପ୍ରେମ
ବିଛା ମନ୍ତ୍ର ନଜାଣି ସାପ ଗାତରେ ଦେଇଥିଲି ହାତ
ଅବିଶ୍ବାସୀ କି ଜାଣିବ ପୀରତି ମାରି ଦେଲା ଚୋଟ ।
କେନ୍ଦ୍ରାପଡ଼ା ଝିଅ ସହ ଏମିତି ଦିନେ କରିଥିଲି ଭାବ
କଟକର ଗଡଗଡିଆ ଘାଟରେ ସିଏ ବୁଡାଇଲା ନାବ।
କେତେ ଆଶା କରି ହାତେ ତାର ଦେଇଥିଲି ଗୋଲାପ
ସ୍ମିତହସି ନେଇଥିଲା ପ୍ରୀୟା ମୋର ପ୍ରେମର ସ୍ତବକ ।
ମନ ଉଡୁଥଲା ମୋର ପ୍ରଜାପତି ପରିକା ହୋଇ ଆନନ୍ଦିତ
ଲାଗୁଥିଲା ସତେ ଅବା ସବୁ ସୁଖ ମୋର ହୋଇଛି ହସ୍ତଗତ।
କୁହୁଡିର ଭ୍ରମ ପରି ଥିଲା ମୋ ଖିଆଲି ମନର ଭାବନା
ଭାବ ପୀରତି ତ ନୁହେଁ ଥିଲା ମାତ୍ର ତା'ର ନିଷ୍ଠୁର ଛଳନା ।
ଏକଥା ହେଜିବା ବେଳକୁ ମୋର ହୋଇଗଲା ବହୁତ ବିଳମ୍ବ
ବେତାଳ ପରିକା ଉଡିଗଲା ଦୂରେ ଶୂନ୍ଯ କରି ମୋର ସ୍କନ୍ଧ।
ମରିଗଲା ମୋ ଭିତରେ ଜାଗି ଉଠୁଥିବା ତରୁଣ ପ୍ରେମିକ
ଜାଣିଲି ପ୍ରେମ କରିବା ତ ସଭିଙ୍କ ଦ୍ବାରା ନୁହଁଇ ସମ୍ଭବ।
