STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ଅସଲ ସାଥି

ଅସଲ ସାଥି

1 min
214


ଖରା ହେଉଛି

ବର୍ଷା ହେଉଛି

ବିଲୁଆ ନନା ବାହା ହେଉଛି

ଶୁଭୁଛି ଘୋ ଘୋ

କିଆଫୁଲିଆ ଅତରମଖା

ରୋଷଣୀ ଥାଟେ ବାଜୁନି ବାଜା

ଶୁଭୁନି ହୁକେ ହୋ ।


କୁକୁର ଅଛି

ଜଗୁନି ଘର

ମାଲିକ ତାକୁ ଚାନ୍ଦୁ କରୁଛି

କରୁଛି ଭୋ ଭୋ

ସାହିବିଆଣୀ ଭାରିପାରିକି

ଦଉଛି ପାରି ଶେଜସୁପାତି

ଯାହାବି ହେଉ ଢୋ ।


ଖେତ ବି ଅଛି

ବାଡ଼ ବି ଅଛି

ଚଷାପୁଅ ବି ହଳ କରୁଛି

କାଶୁଛି ଖୁଁ ଖୁଂ

ମୂଳ ଖରଚ ଉଠୁନି ତାର

ବାଡ଼ ଯାଉଛି ସରବ ଗ୍ରାସି

କାନ୍ଦୁଛି ସୁଉଁ ସୁଉଁ ।


ମଣିଷ ଅଛି

ଖାଇ ବଞ୍ଚୁଛି

ଅଳସୁଆମି ବେଶୀ କରୁଛି

କହୁଛି ମୁଁ ମୁଁ

ଖାଇବ ବସି ଦିନ ଓ ରାତି

କୁଟା ଖଣ୍ଡିଏ ଦିଖଣ୍ଡ କାମେ

ମାରିବନି ସେ ହୁଁ ।


ଅନ୍ନ କି ପାଠ

ଫଳେନି ଶୂନ୍ୟେ

ମୂଳ ହିଁ ଅଟେ ଶ୍ରମ

କରନି ତାକୁ ନା

ମନ ଓ ଧ୍ୟାନ କରି ଏକାଗ୍ର

ସାଧନା କଲେ ମିଳେ ସୁଫଳ

ନ ହୁଅ ଆନମନା ।


କୁନା ଓ କୁନି

ପାଠ ପଢିବେ

ନିୟମିତ ସେ ସ୍କୁଲକୁ ଯିବେ

ମଧୁର ବିଦ୍ୟା ମହୁ

ଲଗାଇ ମନ ବୁଦ୍ଧି କୈ।ଶଳ

ଯେତେ ପାରିବ ସେତେ ଅରଜ

ଅସଲ ସାଥି ସେହୁ ।



Rate this content
Log in

Similar oriya poem from Inspirational