STORYMIRROR

Sambit Srikumar

Classics

4  

Sambit Srikumar

Classics

ଅସିଣ

ଅସିଣ

1 min
283


ଯେତେବେଳେ ମୋ ଗାଁର

ବିସ୍ତୃତ ନଦୀପଠାରେ

ପବନର ତାଳେ ତାଳେ

ଢେଉ ଖେଳେ କାଶତଣ୍ଡୀ ଫୁଲ।

ଯେବେ ଶରତର ନିର୍ମଳ ନୀଳ

ଆକାଶରେ ଜମେ ଧଳା ଧଳା

ଭସା ଭସା ବଉଦଙ୍କ ମେଳା।

ଯେବେ ଆମ ଠାକୁର ଘରେ

ଜେଜେଙ୍କ ମନ୍ତ୍ରପାଠ ସହ

ଗୁଞ୍ଜରିତ ହୁଏ ସମବେତ ଜନତାର

ସୁଲଳିତ ଭଜନର ସ୍ବର

ଘଣ୍ଟାଘଣ୍ଟାଦି ବାଦ୍ୟଯନ୍ତ୍ରର ତାଳରେ।

ଯେବେ ଗାଁ ଠାକୁରାଣୀ ପୀଠରେ

ଆନନ୍ଦ ଉଲ୍ଲାସରେ ହୋମ ଯଜ୍ଞରେ

ହରିବୋଲ ହୁଳହୁଳିର ନାଦରେ

ଆରମ୍ଭ ହୁଏ ମହାସମାରୋହେ ପାର୍ବଣ।

ସେତେବେଳେ ଏଇ ଧୂଳି ଧୂସରିତ

ଧରା ପୃଷ୍ଠକୁ ଓହ୍ଲେଇ ଆସେ ଅସିଣ

ଆଗମନେ ତା'ର ଫୁଟି ଉଠେ ହସ

ଆବାଳବୃଦ୍ଧ ସବୁରି ମୁଖରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics