Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy Inspirational

3  

Sadananda Sahoo

Tragedy Inspirational

ଅଶ୍ରୁଳ ବିଦାୟ ହେ ମାଆ ସ୍ଵରାଜ

ଅଶ୍ରୁଳ ବିଦାୟ ହେ ମାଆ ସ୍ଵରାଜ

1 min
407


ବିଶ୍ଵାସ ହେଉନି ତୁମେ ନାହଁ ବୋଲି

ହେ'ମାଆ ମମତାମୟୀ

ମାଆ ଭାରତୀର ସୁଯୋଗ୍ୟା ସନ୍ତାନ

ସୁବର୍ଣ୍ଣ ଅଧ୍ୟାୟ ଧ୍ୟାୟୀ ।

ଅଭୁଲା ସ୍ମୃତିର ସଚିତ୍ର ଅଧ୍ୟାୟ

ଓଜସ୍ଵୀ ବକ୍ତବ୍ୟ ଭାଷି

ସୁବର୍ଣ୍ଣ ଯୁଗର  ହେଲା ଅବସାନ

ମିୟମ୍ରାଣ ଦେଶବାସୀ ।

ରାଜନେତ୍ରୀ ଭାବେ ଥିଲତ ସର୍ବାଗ୍ରେ

ଝୁରୁଛି ଏ'ସାରା ଦେଶ

ପର ଉପକାର  ଥିଲା ତବ ବ୍ରତ

ମୁଖେ ଫୁଟୁଥିଲା ହସ ।

ମହା ଅନୁଭବି  ହୃଦୟେ ଦରଦୀ

ସୁଷମା ସ୍ଵଭାବି ମାତା

ଅଭିଜ୍ଞାତା ପୁର୍ଣ୍ଣ  ଜୀବନ ସଂଘର୍ଷ

ଥିଲ ମା' ଜଗତ ଜିତା ।

ସଂସଦ ସୁପୁତ୍ରୀ ତେଜସ୍ଵୀନି ନାରୀ

ମନ୍ତ୍ରୀ ସୂତ୍ରୀ ସୌଭାଗିନୀ

ଗୁରୁ ଦାୟିତ୍ଵର ସୁଲଭା ସ୍ଵାକ୍ଷର

କର୍ମକାର  ବିଜୟିନୀ ।

ଚଳଚିତ୍ର ଶିଳ୍ପ ତୁମ୍ଭରି  ସ୍ଵିକୃତ

ମାନ୍ୟତାର ଚିରଛବି

ଋଣ ପ୍ରଦାୟିକା ଆଦେଶ କାରୀକା

ଝୁରୁଛିତ ଶିଳ୍ପୀ ଭାବି ।

ସଂସ୍କୃତ ଭାଷାର ଗୌରବ ପାଣ୍ଡିତ୍ୟ

ଅଶେଷ ବିଭବ ଖ୍ୟାତି

ସୁକନ୍ୟା ପ୍ରବୀଣା ସୁଷମା ବିଭବା

ଆଇନ ବିଦ୍ୟାର ଜ୍ୟୋତି ।

ବୈଦେଶିକ ମନ୍ତ୍ରୀ ସୁଷମା ସୁପୁତ୍ରୀ

ସ୍ମୃତିର ଅଲିଭା ଦୀପ

ସଂକଟ ବିପଦେ ଯଦିକେ ବିଦେଶେ

ଉଦ୍ଧାରନ୍ତି ତାକୁ ନିଶ୍ଚ ।

ସୂଚନା ଚେତନା ସତେ ସ୍ଵୟଂପୂର୍ଣ୍ଣା

ପ୍ରସାରଣ ଅଧୀକାର୍ତ୍ତା

ସଂସଦରୁ ଚିତ୍ର ସିଧା ପ୍ରସାରଣ

ତୁମରି ସ୍ଵିକୃତ ବାର୍ତ୍ତା ।

କୂଟନୀତି ସ୍ତରେ ସ୍ଵରାଜ ମା'ହସେ

ବିଦେଶ ମାଟିରେ ଖ୍ଯାତି

ପ୍ରମୁଖଦେଶର କେତେ ରାଷ୍ଟ୍ରମୁଖ୍ୟ

ଶିକ୍ଷାପରା ଲଭିଛନ୍ତି ।

ସ୍ଵରାଜ କୌଶଳ ପତି ମହୋଦୟ

ବାହୁନି କାନ୍ଦନ୍ତି ଆଜି

ଆହେ ପ୍ରାଣ ପ୍ରିୟା ଗଲ କାହିଁ ଏକା

କେମିତି ବଞ୍ଚିବି ମୂର୍ଚ୍ଛି ।

ସୁକନ୍ୟା ବାଂଶରୀ ହଉଚିତ ଝୁରି

କାହିଁଗଲ ସୁନାମାମା

କଲକି କପଟ କୁହ ମାଆ ସତ

କାଳତ' ପୁରିନି ଜମା ।

ଶେଷ ଶ୍ରଦ୍ଧାଞ୍ଜଳୀ କରୁଛି ଅର୍ପଣ

ହେ' ମାଆ ମମତାମୟୀ

ପୁଣି ଆଉଥରେ ଜନ୍ମୀବ ଭାରତେ

ସୁଷମା ନାମକୁ ଧ୍ୟାୟୀ ।

ସ୍ମୃତିରେ ରହିବ ତୁମ ଯଶମାନ

ଭାରତର ପ୍ରତି କୋଣେ

ତୁମ ସମ୍ଭାଷଣ ହୃଦୟ ସଂଗତ

ସଭିଙ୍କର  ମନଜିଣେ ।

ମଥାର ସିନ୍ଦୁର ଅଲିଭା ସନ୍ତକ

କପାଳେ ସିନ୍ଦୂର ବିନ୍ଦି

ଲୁହରେ ଭିଜିଲା ଲୋଧୀର ଶ୍ମଶାନ

କାନ୍ଦି ପକାଇଲେ ମୋଦି ।


Rate this content
Log in

Similar oriya poem from Tragedy