STORYMIRROR

Rajalaxmi Tripathy

Tragedy Abstract Others

2  

Rajalaxmi Tripathy

Tragedy Abstract Others

ଅଶ୍ରୁଧାରା

ଅଶ୍ରୁଧାରା

1 min
13.9K


ଅକସ୍ମାତ ଖସିଗଲା

ମୋ ଆତ୍ମାଭିମାନଟି

ତୋ ସମ୍ମୁଖରେ

ମୋର ସେ ଅଶ୍ରୁପାତ

ଅଜସ୍ର ଧାରାରେ,ଅସଂଜତ ଭାବେ

ମାନିଲେନି ଲଜ୍ଜା, ସଂଜମତା।

ନିଜକୁ ନିଜେ ଅତିକ୍ରମି

ଆବିଷ୍କାର କରିନେଲି

ଝୁଲୁଛି ମୁଁ ତୋହରି କୋଳରେ

ଆକୁଳତା ନେଇ ଏକ କ୍ଷୁଦ୍ର ଶିଶୁଟିର।

କି ମହତ,ଉଦାର ଓ ବିପୁଳର

ପ୍ରେମାଷ୍ପଦ ହୋଇ

ଉନ୍ମୁକ୍ତ କରିଛୁ ତୁ

ସ୍ବସ୍ତିକର ଅଶ୍ରୁ ଧାରା ସବୁ

ମୋ ଅକୁଣ୍ଠିତ ବୁକୁରୁ,

ରୁପାନ୍ତରି ତାହାକୁ

ସ୍ବର୍ଗୀୟ ଶିଶିର ବିନ୍ଦୁରେ।

।।। ରାଜଲକ୍ଷ୍ମୀ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy