STORYMIRROR

Sangram Moharana

Drama Action Classics

3  

Sangram Moharana

Drama Action Classics

ଅଶାନ୍ତ ସାଗର

ଅଶାନ୍ତ ସାଗର

1 min
12

ଦେଲ ଭାଙ୍ଗି ହ୍ରୁଦୟଟିକୁ ମୋର

ଯାହାକୁ ସାଇତି ରଖିଥିଲି ଖାସ୍ ତୁମରି ପାଇଁ

ଥରେ ତ ଦେଖିକି ଯାଅ l


ଥପ୍ ଥପ୍ ହୋଇ ଝରି ପଡୁଥିବା ହ୍ରୁଦୟଟିକୁ 

ଟିକେ ତ ପଛକୁ ଫେରି ଚାହଁ ଆଖିରୁ ଝରି ପଡୁଥିବା ରକ୍ତ ଗୁଡିକୁ

ଆଖିରେ ଭାସିଥିଲା ବହୁତ ଗୁଡେ ସ୍ୱପ୍ନ

ପ୍ରେମର ବାଦଲ ଭିତରେ ହ୍ରୁଦୟଟି ପକ୍ଷୀ ହେଇ ଉଡିଯାଇଥିଲା 

ଖୁସିର ଗୀତ ଗାଇ ଗାଇ କେଉଁ ଏକ ଜାଦୁଭରା ମହକରେ ଭାସି ଯାଉଥିଲା

ହଠାତ୍ ନିଆଁ ଲଗେଇ ଚାଲିଗଲ ତୁମେ l


ଥରେ ବି ଦେଖିପାରିଲିନି ମୋ ଭଙ୍ଗା ସ୍ୱପ୍ନ ଟିକୁ

ପଢିପାରିଲନି ବିକଳ ହେଇ ଚାହିଁ ରହିଥିବା ମୋ ଆଖି ଦୁଇଟିକୁ

ତୁମେ କଣ କଲ? 

ଏମିତି କାହିଁକି କଲ? 

ମୋ ସ୍ୱପ୍ନ ର ରାଜ କୁମାରୀ ହେଇ ଆସିଥିଲ

ଆଉ ରାକ୍ଷାସୁଣୀ ସାଜି ତାକୁ ଭାଙ୍ଗି ଦେଇଗଲ l


ଯାଅ ଫେରି ଯାଅ, ମୁଁ ନୁହଁ ତୁମ ରାଜ କୁମାର

କେଉଁଠି ଗୋଟେ ଚାହିଁ ରହିଥିବ କେହି ଜଣେ

ଯାଅ ଫେରି ଯାଅ ତା ପାଖକୁ

ଛାଡି ଦିଅ ମତେ ମୋ ଭଙ୍ଗା ହ୍ରୁଦୟ ସହ l


ପିଇ ଯିବାକୁ ଦିଅ ସବୁ ଲୁହ ତକ

ଆଉ ଚାପି ଦବାକୁ ଦିଅ ସବୁ ବ୍ୟଥା ଓଠ ତଳେ

ଯାଅ ଫେରି ଯାଅ ତୁମେ ତୁମ ରାଜ କୁମାର ପାଖକୁ

ଯେଉଁଠି ଥାଅ ଖୁସିରେ ଥାଅ l


ମୋ ଜୀବନର ଦୀପ ଲିଭି ଯାଉ ଏଇ କ୍ଷଣି

ସ୍ୱପ୍ନ ସହ ଜୀବନଟା ବି ଗଳି ପଡୁ ଥପ୍ ଥପ୍ ହୋଇ

ଯାଅ ମୋ ପ୍ରିୟା ଯାଅ ତୁମେ

ଏଇ ମୋର ଶେଷ ପ୍ରାର୍ଥନା ମୋ ଇଶ୍ୱରଙ୍କ ପାଖରେ

ଯେଉଁଠି ବି ରୁହ ଖୁସିରେ ରୁହ

ଯାଅ ମୋ ପ୍ରିୟା ଯାଅ ତୁମେ

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama