Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Inspirational

3  

SARATA KUMAR DAS

Inspirational

ଅଶାନ୍ତ ପରିବେଶ

ଅଶାନ୍ତ ପରିବେଶ

1 min
182



ଚତୁର୍ଦିଗ ଲାଗେ ମହାଅନ୍ଧକାର 

ଶୂନ୍ୟ ଶୂନ୍ୟ ମହାଶୂନ୍ୟ 

ନଦ-ନଦୀ-ବଣ-ପାହାଡ- ପର୍ବତ 

ଲାଗେ ଅନ୍ତଃସାର ହୀନ ।।


ପାଦପ ପତର ବେଦନା ବିଧୁର

ଲୋତକର ବାରି ଝରେ

ପଶୁ ପକ୍ଷୀ ଯେତେ ଜୀର୍ଣ୍ଣ ଶୀର୍ଣ୍ଣ କେତେ

ଭିଜନ୍ତି ରୁଧିର ଧାରେ  ।।


ଜଳ /ସ୍ଥଳ/ ମାଟି/ ଆକାଶ/ ପବନ

ଧୂମାୟିତ ଗତିପଥ

ଗିରି ,ଉପବନ, ସାଗର ,ସୈକତ 

ବିଷଚକ୍ରେ ଭୀତତ୍ରସ୍ତ  ।।


ଭୁଲୁଣ୍ଠିତ ଯେତେ ସମ୍ପଦର ସ୍ତର

ବିଖଣ୍ଡିତ ପରିବେଶ 

ପ୍ରଦୂଷଣ ବହ୍ନି ଜଳେ ଉର୍ଦ୍ଧ୍ବମୁଖୀ 

ହେବ ଯାହା ସର୍ବନାଶ  ।।


ସଙ୍କଟେ ପତିତ ଏ ଜୀବ ଜଗତ

ମରଣ ମୁଖର ଯାତ୍ରୀ

ଧ୍ବଂସକରିଚାଲେ ଜଙ୍ଗଲ ସମ୍ପଦ 

ଅଗ୍ନିଝରେ ଦିବାରାତ୍ରୀ  ।।


ବୃକ୍ଷ ତରୁ ଲତା ଜୈବ ବିବିଧତା 

ନୀରବେ ଢାଳୁଛି ଲୁହ

ପରିସଂସ୍ଥା ପରିବେଶର ନିୟମ

ଭାଙ୍ଗେ ସିନା ଅହରହ ।। 


ପ୍ରକୃତିର ଯେତେ ସରଳ ନିୟମ 

ପରିବର୍ତ୍ତନର ପଥେ

ସ୍ବାର୍ଥନ୍ବେଷୀ ଏହି ସୁସଭ୍ୟ ସମାଜ

ଆବଦ୍ଧ ସ୍ବାର୍ଥର ସାଥେ  ।।


ସୁବିଧାବାଦର ମନ୍ତ୍ରରେ ମନ୍ତ୍ରିତ

ଆଛନ୍ନ କରିଛି ମୋହ  

ବଦଳି ଗଲାଣି ଋତୁଚକ୍ର ଯେତେ

ଲହଡି ଭାଙ୍ଗୁଛି କୋହ  ।।


ସବୁ ଋତୁ ଲାଗେ ଝାଂଜି ବଇଶାଖ 

ମୌସୁମୀର ଲୁଚକାଳି 

ବର୍ଷା କି ବସନ୍ତ ହେଉବା ଶରତ

ମନ ପ୍ରାଣ ଯାଏ ଜଳି ।।


କାଳ ବଇଶାଖୀ ତାଣ୍ଡବ ରଚଇ

ସ୍ବପ୍ନ ଭାଙ୍ଗିଯାଏ କେତେ

ପ୍ରଗତି ନାମରେ ଅଧୋଗତି ସିନା

ପ୍ରଯୁକ୍ତିର ଧ୍ବଜା ହାତେ ।।


ସହରୀକରଣ କି ଶିଳ୍ପାନୟନ

ଯେତେ ବିକାଶର ମାର୍ଗ

ପ୍ରଗତିର ପଥେ ହେଉ ସହାୟକ

ଭବିଷ୍ୟର ହେଉ ଗର୍ବ  ।।

 

ସଚେତନ ହେଉ ବିଜ୍ଞାନି ମାନବ

ପରିବେଶ ସାଥେ ମିତ

'ପୋଷଣୀୟ ବିକାଶ 'ର ସ୍ନିଗ୍ଧଧାରା

କରୁ ପ୍ରାଣ ପଲ୍ଲବିତ  ।।


( ବିଶ୍ବ ପରିବେଶ ଦିବସ ଉପଲକ୍ଷେ-------)



Rate this content
Log in

Similar oriya poem from Inspirational