STORYMIRROR

Dharitri Mallick

Inspirational Others

5.0  

Dharitri Mallick

Inspirational Others

ଏମିତି ବି କିଛି ବୁଢ଼ା ଲୋକେ

ଏମିତି ବି କିଛି ବୁଢ଼ା ଲୋକେ

2 mins
14.2K



ବରିଷ୍ଠ ନାଗରିକ ବୟସେ ହେଲ ଉପନୀତ

ହେଲେ ଯାଇନାହିଁ ତଥାପି ରଙ୍ଗିନ ଖେଳ

କେତେ କଣ ଆଦର୍ଶ ନୀତି ବାଣୀ ଶୁଣାନ୍ତି ନିତି

ବୟସ୍କର ଆଢୁଆଳରେ ଖେଳନ୍ତି ନାନା ଖେଳ ।।(୧)


କାହାକୁ ଡାକନ୍ତି ମା ଲୋ ଝିଅ ଲୋ

କାହାକୁ ଭଉଣୀ କାହାକୁ ତ ନାତୁଣୀ

ନ କରିବାକୁ ସନ୍ଦେହ ବିଶ୍ୱାସ ଜନ୍ମାନ୍ତି

ହେଲେ ନାରୀ ଅଟେ ନାରାୟଣୀ

ତୁମ କଥା ଭାବ ଭଙ୍ଗୀରୁ ନିଏ ସେ ଠାଣି

ଲୁଚିଥିବା ବାସନାକୁ ସେ ପାରଇ ଜାଣି ।। (୨)


ଵିଳମ୍ବେ ହେଉ ଅବା ଅବିଳମ୍ବେ

ତୁମ କପଟତା ଧରି ସେ ପାରଇ

ଆଉ କରନା ଛଳନା ତୁମେ

ତୁମ ଠକାମୀ ଧରିଲେଣି ସମସ୍ତେ ।। (୩)


ବୁଢ଼ା ବୟସେ ଦେଖଇ ଯେ ରଙ୍ଗିନ ସ୍ୱପ୍ନ

ପୁରୁଣା ପ୍ରେମିକା ଚିନ୍ତାରେ ରହେ ଯେ ନିମଗ୍ନ

ତା ପାଖେ ଥିବା ସ୍ତ୍ରୀ ଛୁଆର ହୁଏ କି ଭାଗ୍ୟ ?

ବୟସାଧିକ ପୁଅ ଝିଅର ନ କରି ବାହାଘର !!

ନିଜେ ବୁଡ଼ି ରହେ ପ୍ରେମ ଚିନ୍ତାରେ ଦିବା ରାତ୍ର ।।(୪)


କି ଘର ପରିବାର ଆଉ କି ସଂସାର

ଦିଅନି ଆଉ ଉପଦେଶର ବାଣୀ

ସବୁ ହେଲେ ଖାଲି ତୁମ ଧୋକାର ଶୀକାର

କି ଖୁସି ପାଇଲ ପର ଝିଅକୁ ବାହା ହୋଇ

କି ବଚନ ଦେଇଥିଲ ଅଗ୍ନିକୁ ରଖି ସାକ୍ଷୀ

ସାରା ଜୀବନ ଅସୁଖୀ ଅଶାନ୍ତି ଅବହେଳା କରି

ଭଲ ପାଇବା ଆଉ ଅଧିକାରରୁ ବଂଚିତ କରି ।।(୫)


ଆହୁରି ଆଶା !! ଆଶା ବନ୍ଦିନୀ ସ୍ତ୍ରୀ ଠାରେ

କର୍ତବ୍ୟ ଦୋଷ ତ୍ରୁଟି ଦେଖ ତା ଠାରେ

ଲଜ୍ୟା ନ ଲାଗେ କିପରି ଅବାଂଛିତ କାମନା ପାଇଁ

ବାହା ହୋଇ ଅନ୍ୟ ସ୍ତ୍ରୀର ଚିନ୍ତାରେ ବୁଡ଼ଇ ।। (୬)


ସ୍ୱାମୀ ଦେବତା ପୁଣି ମୁରବୀ କହି ବୁଲ କିପରି ??

ବନ୍ଦିନୀ ସ୍ତ୍ରୀ କଣ ଥିଲା ତୁମ ଦାସୀ ନା ଦେବୀ ??

କି ସୁଖ ପାଇଲ ତା ଘର ବୁଡାଇ ??

ନିଜେ କରିଛ କି ନିଜ କର୍ତବ୍ୟ ଦାୟିତ୍ୱ ତୁଲାଇ ?

ତେବେ କିମ୍ପାଇଁ ଦିଅ ନାରୀର ସବୁ ଦୋଷ ଦେଖାଇ ? ।। (୭)


ଏମିତି କିଛି ବୁଢ଼ା ଅଛନ୍ତି ଏ ସଂସାରେ

ଚିନ୍ତା କରନ୍ତି ଆଉ ଥରେ ହୁଅନ୍ତେ କି ବାହା

ନିଜ ବୁଢ଼ୀକି ଦେଖାଏ ବିଚ୍ଛେଦର ବାଟ

ନିଜ ଅନୈତିକ ସମ୍ପର୍କକୁ ଦେବାକୁ ମୋହର

ହେଲେ ଭୁଲି ଯାଆନ୍ତି ସର୍ବଶକ୍ତିମାନ ଅଟନ୍ତି ଈଶ୍ୱର ।। (୮)


ନିଜ ପରିବାରକୁ ଯିଏ କରେ ବିଭାଜନ

ନିଜ ପିଲା ଭିତରେ କରେ ବିଷ ରୋପଣ

କରିବା ପାଇଁ ଏକଛତ୍ରବାଦ ଶାସନ

ନିଜ ପିଲାକୁ କରଇ ନିଜେ ନଷ୍ଟ

ଭାବି ନ କରିପାରିବେ ବାଧା ବିଘ୍ନ ।। (୯)


ଯେଉଁ ଖାଲ ସେ ଥିଲା ଖୋଳି

ସେ ଖାଲେ ପଡ଼ି ଛାଡେ ଆଜି ରଡ଼ି

କିଏ ତୁମ କଥା ବୁଝିବ ଏ ଜରା ବୟସେ ??

ତୁମ ଠାରୁ ଅଧିକ ତୁମ ପିଲା ଆଜି ଜରା ବ୍ୟାଧିଗ୍ରସ୍ତ ।। (୧୦)


( © ଧରିତ୍ରୀ ମଲ୍ଲିକ , ଭୁବନେଶ୍ୱର )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational