STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ସନେଟ୍: ଧରଣୀ ପେନୁ

ସନେଟ୍: ଧରଣୀ ପେନୁ

2 mins
14.7K


ସୁରଜିତ୍ କୁମାର ପାତ୍ର


ମାଁ ପରି ମାଟି ଜୀବନଟେ ଦିଏ ଆପଣା କ୍ଷତକୁ ଭରି

ଶ୍ୟାମଳ ସ୍ଵପ୍ନ ସବୁଜ ଭରଷା ତା'କୋଳୁ ପଡଇ ଝରି !

କାଟିକୁଟି ତାକୁ ହାତରେ ଚକଟି ଗଢିଦେଲେ ହୁଏ ମୂର୍ତ୍ତି

ସାରା ଦୂନିଆଁର ଯନ୍ତ୍ରଣା ସହେ କେବେ ଫିଟାଏନି ପାଟି !

ଆମକୁ ଦେଇଯେ' ବତାଏ ଦେଖାଏ ଜୀଇଁବାର ବହୁବାଟ

ମାଁ ପରି ମୋ'ର ସେ' "ମାଟି ଦେବତା" ହସାଏ ସ୍ବର୍ଣ୍ଣ କ୍ଷେତ !

ନିଦାଘରେ ଫାଟି ହୁଏ ସେ' କ୍ଷତାକ୍ତ ଭାନୁର ତପ୍ତ ସହି

ବର୍ଷା ବେଳକୁ ଭରିଯାଏ କ୍ଷତ ଆମକୁ ବାସ୍ନା ଦେଇ !

ବୁକୁରେ ତାହାର ଫଳାଏ ଶସ୍ୟ ମଣିଷ ସ୍ଵାର୍ଥ ସଞ୍ଚି

ଭରା ବଉଦରୁ ତୃଷ୍ଣା ସାଉଁଟି ମୁକ୍ତା ଦିଅଇ ଯାଚି !

ତ୍ୟାଗର ଦେବୀ ସେ' ସର୍ବ ଭୋଗକୁ ଅଯାଡେ ମଣିଷ ହାତେ

ଥୁର୍ ଥୁର୍ ଶୀତେ ଦେହକୁ ଥରେଇ ହସେ ଶୋରିଷର କ୍ଷେତେ !

ସକଳ ସୃଷ୍ଟି ତା' କୋଳେ ସମ୍ଭବେ ସ୍ବର୍ଣ୍ଣିମ ସ୍ଵପ୍ନ ହୋଇ

ବହୁ ବର୍ଣ୍ଣିଳ ବିସ୍ମୟ ଦେବୀ ! ଧରଣୀ ପେନୁ ମୋ' ସେହି !!


(ବିଦ୍ର: ଅନ୍ଧ ବିଶ୍ଵାସର ଆଢୁଆଳରୁ ମୁକୁଳିଆସି ବିଜ୍ଞାନର ପୃଷ୍ଠଭୂମିରେ ଦଣ୍ଡାୟମାନ ଏହି ସନେଟ୍: ଧରଣୀ ପେନୁ (ମାଟି ଦେବତା) କିମ୍ବଦନ୍ତୀ କହେ-ଘୋର ଦେବାଦେବୀ ବିଶ୍ଵାସୀ ଏବଂ ଧର୍ମ ଭୀରୁ ସେଦିନର ଅସହାୟ ମଣିଷ ଦୈବୀ ଦୁର୍ବିପାକ ଅଥବା ନିଜ ଆଖପାଖର ପୃଥିବୀରେ କିଛି ଅସ୍ଵାଭାବିକ ଭିନ୍ନତା ସୃଷ୍ଟି ହେବାର ଦେଖିଲେ ଧରଣୀ ପେନୁ (ମାଟି ଦେବତା) ଅଶୁଦ୍ଧ ଅଥବା ଅଶାନ୍ତ ହେଇ ଏ ପରି ଦୁର୍ବିପାକ ଏବଂ ମଣିଷ ଖିଆ ହିଂସ୍ର ଜନ୍ତୁକୁ ଆମ ଧନ ଜୀବନ ହାନି କରିବା ପାଇଁ ଛାଡିଛି ମନେକରି ଶାନ୍ତ କରିବାର ପ୍ରକ୍ରିୟା ସ୍ଵରୂପ ବିଭିନ୍ନ ପୂଜା ପଦ୍ଧତିର ସାହାରା ନେଉଥିଲା। ବିଶ୍ଵାସ କରାଯାଏ ଅଧୂନା ବିଲୁପ୍ତ ପ୍ରାୟ ଏହି କନ୍ଧମାଳରେ ସେତେବେଳେ ଏଇ ମାଟି ମାଁ (ଧରଣୀ ପେନୁ) ର ଶାନ୍ତିପାଇଁ ସରଳ ବିଶ୍ବାସୀ ଆଦିବାସୀ (କୁଇ, କୁଟିଆ, ଦେଶିଆ ) ସଂପ୍ରଦାୟ "ମଣିଷ" ବଳି ଦେବାକୁ ବି ପଛାଉ ନଥିଲା ମାଟିଦେବତାର ଶାନ୍ତି ପୂଜା ବା ସ୍ଥାନ ଭିନ୍ନତାରେ କେଡୁ ଝାଗୁଡି ନାମରେ। ବିଶ୍ବାସ ଥିଲା ଯେ' ମାଟିଦେବତାକୁ ମଣିଷ ବଳି ଦେଲେ ସମସ୍ତ ଅସ୍ବାଭାବିକ ଦୈବୀ ଦୁର୍ବିପାକ ଦୂରେଇ ଯାଇ ମାଟି ମାଁ ଶାନ୍ତି ହେବେ ଏବଂ ଶସ୍ୟ ଶ୍ୟାମଳରେ ହସି ଉଠିବ ପୃଥିବୀ ।

ଉତ୍କଳିକା ଭାଷା ନିଳୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational