STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Inspirational

ଶ୍ରୀ ଗୁରବେ ନମଃ

ଶ୍ରୀ ଗୁରବେ ନମଃ

2 mins
14.8K


ଶ୍ରୀ ଚକ୍ଷୁ ଉନ୍ମିଳନ ଠାରୁ ମୁଦ୍ରିତ ପର୍ଯ୍ୟନ୍ତ ପ୍ରତି ପଲକରେ ଯାର ଆଲୋକର ସତ୍ତା,

କୁଆଁ କୁଆଁ ଡାକ ଠାରୁ ରାମନାମ ସତ୍ଯ ପ୍ରଥମ ପ୍ରଶ୍ନର ଠାରୁ ଶେଷୋତ୍ତର ବକ୍ତା.୦.


ଗର୍ଭରୁ ଅନ୍ତେଷ୍ଟି ଯାଏ ପ୍ରତି କ୍ଷଣେ ତୋର ପଥ୍ୟ, ପଥ, ପାଥେୟାଦି, ଶିକ୍ଷା, ଲୟ, ଜ୍ଞାନ

ଭାବ, ଭକ୍ତି, ପ୍ରୀତି, ମୁକ୍ତି, ସ୍ନେହ, କର୍ତ୍ତବ୍ୟର ଶୃଙ୍ଖଳା, ସତ୍ ସଙ୍ଗ, ମାର୍ଗ, ଗତି, ଯାର ଦାନ.୧.


ଅନ୍ଧାରରୁ ଆଲୋକର ଦିକ୍ ଦର୍ଶକ ସାଜି ସ୍ନେହପୁର୍ଣ୍ଣ କର୍ତ୍ତବ୍ୟର ପଥଚାରୀ ଟିଏ,

ନିଜତ୍ବ ର ମୋହ ମାୟା ସଂସାରକୁ ତେଜି ଜୀବନର ଉତ୍କୃଷ୍ଟତା ବିନା ମର୍ମେ ଦିଏ. ୨.


ସୃଷ୍ଟିର ଆରମ୍ଭୁ ସିଏ ସ୍ରଷ୍ଠା ବନ୍ଦନୀୟ ଭିନ୍ନ ରୂପେ ଭିନ୍ନ ଭିନ୍ନ ଅବଦାନ ଯାର,

ମାତା, ପିତା, ଗୁରୁ, ବନ୍ଧୁ ସହୋଦର କାୟ ସେହି ଗୁରୁ ପଦେ ବନ୍ଦ୍ୟ କର୍ତ୍ତବ୍ୟ ନିଜର. ୩.


ଉଜୁଡ଼ିଛି ପଦବାଚ୍ୟ ଗୁରୁ ନିକଟରୁ ଆଧୁନିକ ସଭ୍ୟତାର ଆଭିଜାତ୍ୟ ବଳେ,

ଛଳନାର ଛଦ୍ମବେଶୀ ବିଜ୍ଞାନ ମୋହରୁ ଛନ୍ଦ ହୀନ ପ୍ରେମ ଶୂନ୍ଯ ଭାଷା ଚାତୁରୀରେ. ୪.


ବିକୃତିର ସ୍ବ କୃତ ସଜାଇ ସ୍ବାଦହୀନ ରସ ଶୂନ୍ୟ, ଭାବ ହୀନ, ଭଙ୍ଗୀର ଚାତୁରୀ

ଆଧୁନିକତାରେ, ବିକଳ ଆକୁଳ ପୂର୍ଣ୍ଣ ଭୂଲି ଯାଇ ସଂକଳ୍ପ ର ପୂର୍ବ ଅଧିକାରୀ. ୫.


କାଳଜୟୀ ଗୁରୁପଦ ମାନବର ଶ୍ରେଷ୍ଠ ଜୀବନର ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତରେ,

ଯାହା ଲାଗି ମାନବ ତା ପାଇଥାଏ ବାଟ ଜନ୍ମରୁ ଜୁଇ ପର୍ଯ୍ୟନ୍ତ ପ୍ରତି ପଦ ଧାରେ. ୬.


ତୁଟିଛି ସଭ୍ୟତା ଆଜି ସଂସ୍କାର ହୀନ ରେ ସଂସ୍କୃତିର ଅପଭ୍ରଂଶେ ମାନ୍ୟତା ହଜିଛି,

ଗୌରବ ସରିଛି ଗୁରୁ ପଦବାଚ୍ୟ ଠାରେ ଗୁରୁ ଆଜି ରାଜଦାଣ୍ଡେ ଲୁହ ଗଡ଼ାଉଛି. ୭.


ପୁର୍ବ ପ୍ରୀତି ନାହିଁ ଗୁରୁ ଶିଷ୍ୟ ସମ୍ପର୍କ ର ଥିଲା ଯାହା ଚାରିଯୁଗେ ପୁରାତନ ଶୃତି,

ଦ୍ରୋଣ,ଶଲ୍ୟ,କୃପାଚାର୍ଯ୍ୟ,ଭୀଷ୍ମେ ଗୁରୁତ୍ତ୍ଵ ର ପର୍ଶୁରାମ, ଶାନ୍ତୀପନି, ଜମଦଗ୍ନି କୀର୍ତ୍ତି. ୮.


ଥିଲେ ଶିଷ୍ଯ ଉପମନ୍ୟୁ, ଶ୍ରବଣ କୁମାର ଥିଲେ ପୁଣି ଧୃବ ପ୍ରହଲ୍ଲାଦ ନଚିକେତା,

ଏକଲବ୍ୟ, ହରିଶ୍ଚନ୍ଦ୍ର, ଶ୍ରୀ ନନ୍ଦ କୁମର ହୋଇଥିଲେ ଶ୍ରେଷ୍ଠପଣେ ଶିଷ୍ୟତ୍ବ ବିଜେତା. ୯.


ଥିଲା ଜ୍ଞାନ ଶୃତି ସାଧ୍ୟ ସଂହିତା ଦର୍ଶନେ ଶିକ୍ଷାର ସଂସ୍କାର ଥିଲା ପୂର୍ଣ୍ଣ ମୂଲ୍ୟାୟନ,

ଭାବ ବିଚାର ତତ୍ତ୍ବର କ୍ରମ ବିବର୍ଦ୍ଧନେ ସତ୍ୟ, ପ୍ରୀତି, ସରଳତା ମର୍ଯ୍ୟାଦାର ପୂର୍ଣ୍ଣ. ୧୦.


ସଂସ୍କୃତି ହଜୁଛି ଆଜି ସଂସ୍କାର ବାଦରେ ବିଜ୍ଞାନର ବିଚକ୍ଷଣ ସଭ୍ୟତାକୁ ନେଇ,

ବିଶେଷ ଜ୍ଞାନ ଭୂଲିଛି ପଦବାଚ୍ୟ ବଳେ ଜାତି ବର୍ଣ୍ଣ ନିର୍ବିଶେଷ ଆଭିଜାତ୍ୟ ପାଇଁ. ୧୧.


ବର୍ଣ୍ଣ ଶଙ୍କର ସମାଜେ ସଂସ୍କୃତିର ଲୋପେ ହଜିଛି ଗୁରୁ ମର୍ଯ୍ୟାଦା, ମାତୃ,ପିତୃ ଭକ୍ତି,

ସନ୍ମାନ ରହିଛି ଖାଲି ପଦ ମଧ୍ୟେ ଆପେ ହେୟଜ୍ଞାନେ ଆଧୁନିକ ସମାଜର ସ୍ଥିତି. ୧୨.


ଜାଗରେ ଦେଖି ପଛକୁ ସ୍ବାଭିମାନ ରଖି ନ ଭୂଲି ସଂସ୍କାର ଥରେ ପୂର୍ବର ସାଧନା,

ଫେରି ଆସିବ ସଂସ୍କୃତି ସଦଭାବ ଦେଖି ମତ୍ତଗର୍ବି ନୋହି ତେଜ ମନରୁ ଛଳନା. ୧୩.


ଗୁରୁଙ୍କ ଆଶିଷେ ବଳେ ଧରା ଓ ସାଗରେ ଚନ୍ଦ୍ର ସୂର୍ଯ୍ୟ ଗଢିଥାନ୍ତି ନିତ୍ଯ ଦିବାରାତ୍ର,

ବିଜ୍ଞାନର ସତ୍ତା ସତ୍ତ୍ବ ଯାହା କିରଣରେ ସେଇ ଗୁରୁ ପଦ ସେବି ଧନ୍ୟ କର ଗାତ୍ର. ୧୪.


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ 9124049129


Rate this content
Log in

Similar oriya poem from Inspirational