STORYMIRROR

Kumuda chandra Dalei

Inspirational Others

3  

Kumuda chandra Dalei

Inspirational Others

ମୋ ଭରତ ମାତାର ଜୟ

ମୋ ଭରତ ମାତାର ଜୟ

2 mins
13.2K


ମୋ ଭରତ ମାଟିର ଲୋକ,

ଏହି ତ୍ରିରଙ୍ଗାକୁ ଥରେ ଦେଖ l

ବଳି ଦାନର ପ୍ରତୀକ ଏହି

ଉଡେ ସ୍ଵାଧୀନତା ଗୀତ ଗାଇ l

ଥରେ ମନେ ପକାଅ ସେ ଦିନ,

କେତେ ଶହିଦ୍ ଙ୍କ ବଳିଦାନ l

କେତେ ମଥା ପୋଛିଲା ସିନ୍ଦୁର,

ବୁକୁ ଫଟାର କେତେ ଚିତ୍କାର l

କୋଳ ଶୂନ୍ୟ କଲେ କେତେ ମାତା,

କେତେ ଶ୍ମଶାନେ ଜାଳିଲା ଚିତା l

କିଏ ହିସାବ ରଖିଛି ତାର,

ଆତ୍ମ ବଳି ଦାନ ଏ ମାଟିର l

ଏହି ମାଟିର ସୁରକ୍ଷା ପାଇଁ,

ଥାଅ ସଭିଏଁ ସଜାଗ ହୋଇ l

ଆଜି ମଳିନ ତାହାର ରୂପ

ସୀମା ତଟରେ ଫୁଟୁଚି ତୋପ l

ଶତ୍ରୁ ସୈନ୍ୟଙ୍କ ରଣ ହୁଙ୍କାର,

ତନ୍ତ୍ରୀ ଥରାଇ ଦିଏ ରୁଧିର l

ସୀମା ସୁରକ୍ଷା ବଳଙ୍କ ବଳ,

ଆମେ ହୋଇବା ନାହିଁ ଦୁର୍ବଳ l

ତାଙ୍କ ଆତ୍ମ ବଳିଦାନ ପାଇଁ,

ଆମେ ଶାନ୍ତିରେ ପାରୁଛେ ଶୋଇ l

ଜୟ ଜବାନ ଧ୍ୱନି ତରଙ୍ଗ,

ଶକ୍ତି ସଞ୍ଚରିବା ତାଙ୍କ ଅଙ୍ଗ l

ଶତ୍ରୁ ମୁଖରେ ଜବାବ ଦେବେ,

ସୀମା ତଟରୁ ତାଙ୍କୁ ତଡ଼ିବେ l

ଆମ ସିପାହୀ ସଭିଏଁ ବୀର,

ପଛେ ହଟିବେନି ତାଙ୍କ ଗିରି l

ମନେ ପଡେ ଅତୀତର କଥା,

ଆମ ଯବାନ ବୀରତ୍ୱ ଗାଥା l

ବକ୍ଷରେ ବାଜୁ ପଛେ ଶତ୍ରୁ ଗୋଳି,

ତଳେ ପଡ଼ିବନି କେବେ ତଳି l

ସବୁ ଶକ୍ତିକୁ କରି ଏକାଠି

ଶିରେ ବୋଳି ଏ ଦେଶର ମାଟି l

ଆଖି ହେଉଥାଏ ମିଟି ମିଟି,

ହସ୍ତେ ଭାର ଦେଇ ପଡେ ଉଠି l

ମୁଖେ ଜୟ ହିନ୍ଦ ଧ୍ୱନି ଦେଇ,

ନିଜ ବନ୍ଧୁକର ଗୁଳି ଫୁଟାଇ l

ଲକ୍ଷ ଭେଦି ଗଲା ଗୁଳି ଫୁଟି,

ଶତ୍ରୁ ପଡିଲା ଭୂମିରେ ଲୋଟି l

ହସ୍ତେ ବଜାଇ ମନ୍ଥର ତାଳି,

ଦେଲେ ମାତୃତ୍ୱର ଆତ୍ମ ବଳି l

ମୁଖେ ଫୁଟାଇ ମନ୍ଥର ବାଣୀ,

ସୁଖେ ଥାଅ ମୋ ଭାଇ ଭଉଣୀ l

ମାଟି ମାଆକୁ ପ୍ରଣତି ଢ଼ାଳି,

ନେତ୍ର ବୁଜି ପଡିଥିଲେ ଟଳି l

ଆସ ସଭିଏଁ କରିବା ପଣ,

ହାତ ମୁଠାକୁ କରିବା ଟାଣ l

ମନ, ଧନ, ଶ୍ରମ ବଳ ଦେଇ,

ଶତ୍ରୁ ସଇନ ଦେବା ହଟେଇ l

ମାଟି ମାଆର ଓଠରେ ହସ,

ଫୁଟି ଉଠିବ ଅଛି ବିଶ୍ଵାସ l

ପୁଣି ହସି ଉଠିବ ତ୍ରିରଙ୍ଗା,

ଶତ୍ରୁ ମୁଖ ପଡିଯିବ ରଙ୍ଗା l

ସର୍ବେ ହାଟରେ ମିଳାଇ ହାତ,

ଆଜି ନେବାରେ ଏଠି ଶପଥ l

ଦେଶ ସୀମାକୁ କରିବା ଥୟ,

ଗାଈ ଭରତ ମାତାର ଜୟ...

ଭରତ ମାତାର ଜୟ..

ଭରତ ମାତାର ଜୟ..


Rate this content
Log in

Similar oriya poem from Inspirational