ସଧବ ବୋହୂ
ସଧବ ବୋହୂ
ଓଡ଼ିଶା ମାଟିର ସଧବ ବୋହୂ ଟି
ଚାଲୁଥାଏ ଥିରି ଥିରି
ଝୁମୁରୁ ଝୁମୁରୁ ପାଦରେ ନୁପୁର
ନର୍ତ୍ତକୀ ର ତାଳ ପରି
ପାଦରେ ଅଳତା ମଥାରେ ସିନ୍ଦୁର
ସାଧା ପିନ୍ଧା ଫେର କାନି
ଆସ୍ ମାନ୍ ତାରା ସଙ୍ଖା ନାଇ ଅଛି
ମୁଣ୍ଡରେ ଓଢ଼ଣା ଟାଣି
ମଧୁର ଗଳାରେ ମାପି ଚୁପ କରି
ଥିରି ଥିରି କହେ କଥା
ଗୁରୁ ଗୁରୁ ଜନେ ସମ୍ମାନ ଜାଣଇ
କାହାକୁ ନ ଦିଏ ବ୍ୟଥା
ଛୋଟ ଦିଅର ଙ୍କୁ ପଣତ ଘୋଡାଇ
ସ୍ନେହ ଆଦର ରେ ବନ୍ଧୁ
ଗେହ୍ଲି ନଣନ୍ଦ କୁ ପାଖରେ ବସାଇ
ସଜାଇ ଦିଅଇ ବଧୁ
ସ୍ଵାମୀ ସୁଖେ ଦୁଃଖେ ସହ ଭାଗୀ ହୋଇ
ସମ୍ମାନ ନ କରେ ବାଧା
ବଂଶ ମର୍ଯ୍ୟାଦାକୁ ସମ୍ମାନ ଜାଣଇ
ବ୍ୟବହାରେ ବାଣ୍ଟେ ସୁଦ୍ଧା
ସ୍ଵାଦିଷ୍ଟ ପାଚନ ପରସି ଦିଅଇ
ମନ ଜାଣି ନିତି ନୀତି
ନିଜ ଦୋଷ ତ୍ରୁଟି ସ୍ୱୀକର କରଇ
ନ ବାଢି ଆପଣା ଯୁକ୍ତି
ବାର ମାସେ ତେର ପରବ ପାଳଇ
କରି ବ୍ରତ ଉପବାସ
ଅତିଥି ଆସିଲେ ଦେବତା ପରାୟେ
ସେବାରେ କରଇ ତୋଷ
ସ୍ଵାମୀ ଦିଅରଙ୍କ ଶୁଭକୁ ମନାସି
ବୋଇତ ଦିଏ ମେଲାଣି
ଫେରିବା ଦିନକୁ ଚାହିଁ ବସିଥାଏ
ଦିନ ବାର ଗଣି ଗଣି
ସକାଳ ଧୂପରେ ସଞ୍ଜ ସଳିତା ରେ
ଢାଳଇ ଭକ୍ତି ପ୍ରଣତି
ଜଗତ୍ ଜନଙ୍କ ସୁଖ ମନାସଇ
ଠାକୁରଙ୍କ ପାଶେ ନିତି
ଓଡ଼ିଆ ଘରର ସଧବ ବୋହୂ ଠି
ଭରି ରହିଛି ସୁଗୁଣ
ଓଡ଼ିଆ ମାଟିର ବାସନା ମହତ୍
ଶୁଦ୍ଧାରି ଅଣାଇ କ୍ଷୁଣ
