STORYMIRROR

Kumuda chandra Dalei

Inspirational

3  

Kumuda chandra Dalei

Inspirational

ମଉନ ମଶୀ ( କଲମ )

ମଉନ ମଶୀ ( କଲମ )

1 min
14K


ମଶୀପଣ୍ୟ ଯେତେ ମୌନ ହେଲ କି

ମାଡ଼ିଆସେ ଘୋର ଅନ୍ଧକାର

ମହା ଦୁର୍ନୀତିର. ମର୍ମ ଘାତ ରୂପ

ମହାତ୍ମାଙ୍କ ଦେଶ ଲୁଟି ବେ ଚୋର

ମହା ପୁରୁଶଙ୍କ. ମହତ୍ ଯାଇଚି

ମହାଜନୀ ଚାଲେ ଦେଶଟା ସାରା

ମଧୁ ମାଳତୀର. ମାଦକତା ନାହିଁ

ମଦ ଗନ୍ଧ ସାରା ଦେଶରେ ଭରା

ମଳି ମୁଣ୍ଡିଆଙ୍କ. ମନକୁ ମନାଇ

ମହାଜନ ଶୋଷି କରଜ ରୁଣ

ମଶୀର ସହାୟ. ମୌନତାକୁ ଦେଖି

ମାଲିକ ଭରଇ ଧନର ମାଣ

ମହାତ୍ମାଙ୍କ ନାମେ. ମଜୁରିଆ କାମେ

ମୁସ୍ତେଯ ଯେତେକ ହୋଇଲେ ମେଳ

ମିରିକାଳି ଖୋଇ. ମାପ ଚୁପ ଫେଇ

ମାଳି ମୁଣ୍ଡିଆଙ୍କ ନେଲେ ଷୋହଳ

ମୁଷ୍ଟି ମେୟ ଯେତେ. ମାଲିକ ବନିଲେ

ମଳି ମୁଣ୍ଡିଆଙ୍କୁ ପଚାରେ କିଏ?

ମଶୀପଥ ଯଦି. ମଉନ ରହିବେ

ମଝୀଲା ରହିବେ ମୃତ୍ୟୁର ଭୟେ

ମୂଲ ଚାଲ ସବୁ. ମହାରଗ ହେଲା

ମହାଜନ ଯେତେ ମିଡିଲ ମୁଛ

ମୋଟା ଅଙ୍କ ଦେଇ ମନ ମୋହି ନେଇ

ମଣ୍ଡିରେ ଦରବ କରିଲେ ଗୁଚ୍ଛ

ମଶୀଧର ସର୍ବେ. ମନକୁ ପଚାର

ମଉନ ରହିବା ଉଚିତ ଅବା

ମଶୀର ସହାୟ. ମାନବିକତାରେ

ମହୀରୁ ଦୁର୍ନୀତି ଦୁର କରିବା


Rate this content
Log in

Similar oriya poem from Inspirational