STORYMIRROR

Kumuda chandra Dalei

Others

3  

Kumuda chandra Dalei

Others

ପିତୃତ୍ୱର ପରିଚୟ

ପିତୃତ୍ୱର ପରିଚୟ

1 min
13.7K


ପିତୃତ୍ଵ ଏକ ସାମାଜିକ ଅଧିକାର

ପାରିବାରିକ ଆତ୍ମ ବଡ଼ିମା

ପିତୃତ୍ୱ ପାଇବାର ଆଶା

ଅଳ୍ପ ବହୁତେ ସମସ୍ତଙ୍କ ମନରେ ଥାଏ

ନିଜ ଓୌରଶ୍ ଜାତ ସନ୍ତାନ

ଜନ୍ମଦେବା ପରେ ସେ ପରିଚୟ ପାଏ

ପିତୃତ୍ୱର

ସାବ୍ୟସ୍ତ କରେ ନିଜ ଅଧିକାର

ସେ ପିତୃତ୍ୱ ପରିଚୟ ଭିତରେ ଥାଏ

ଅନେକ ଆଶା ଓ ଆକାଂକ୍ଷା

କିଛି ପାଇବାର ଓ କିଛି ତ୍ୟାଗ କରିବାର

ଯେମିତି ନିଜ ହାତରେ ହାତ ମିଶାଇବାର

ଅନ୍ତିମ ସମୟରେ ସାହାରା ହେବାର

କିନ୍ତୁ....

ପ୍ରତିଦାନରେ

ସାହାରା ବଦଳରେ ହୁଏ ବେସାହାରା

ଆଶା ବଦଲରେ ହୁଏ ନିରାଶା

ପାଇବା ବଦଲରେ ତାକୁ ହରାଇବାକୁ ପଡେ

ପୁଅର ସାମାଜିକ ପ୍ରତିଷ୍ଠା ଆଗରେ

ନିଜକୁ ବିକ୍ରି ହେବାକୁ ପଡିଥାଏ l

ପୁଅଟି ଭୁଲିଯାଏ ତାର ଅତୀତକୁ

ରୋଗ ଶଯ୍ୟାରେ

ମୃତ୍ୟୁ ସହ ଲଢେଇ କଲାବେଳେ

ଭୋକ ଉପାସରେ

ଛଟପଟ ହେଉଥିବା ବେଳେ

ସାମାଜିକ ତାଡ଼ନା ବେଳେ

ସେ ହୋଇ ଯାଏ ନିସହାୟ, ବେସାହାରା

ଆଶ୍ଵସନା ପ୍ରତିବଦଳରେ ପାଏ ଲାଞ୍ଛନା

ସୁନ୍ଦରୀ ସ୍ତ୍ରୀ ମୋହରେ ପଡି

ପୁଅଟି ଭୁଲିଯାଏ ତାର ଅତୀତକୁ

ବାତ୍ସଲ୍ୟ ମମତାକୁ,

ବାପା ମାଆଙ୍କ ତ୍ୟାଗକୁ,

ଯେଉଁ ପୁଅ ପାଇଁ ନିଜର ଜୀବନକୁ

ଉତ୍ସର୍ଗ କରିଦେଇ ଥିଲେ

କିନ୍ତୁ

ତାର ପ୍ରତିଦାନରେ

ଆଦରି ନେଇଥାନ୍ତି

ଫୁଟପାଥ ରାସ୍ତା କଡ, ବିଶ୍ରାମ ସ୍ଥଳ

ରେଳ ପ୍ଳଟ ଫର୍ମ, ବୃଦ୍ଧା ଶ୍ରମ, ଓ

ଓଲଡ ଏଜ ହୋମ

ଆପଣ ବିଚାର କରନ୍ତୁ

ଏହା ଜଣେ ବାପାର ପିତୃତ୍ୱର ପରିଚୟ?


Rate this content
Log in