ମୁଁ ସମୟ କହୁଚି
ମୁଁ ସମୟ କହୁଚି
ମଣି ବନ୍ଧ ପରେ କାନ୍ଥର ଉପରେ
ମୋବାଇଲ ପରଦାରେ
ମୁଁ ସମୟ ଗାଉଛି ଜୀବନର ଗାଥା
ଅବିରତ ଧୀରେ ଧୀରେ l
ଗତି ନୁହେ ଧୀର. ନୁହଁଇ ପ୍ରଖର
ଚାଲେ ସମ ଗତି କରି
କେ ଅଛି ଧାରାରେ. ମହା ଶକ୍ତିଶାଳୀ
ରୋଧୀ ବ ଗତି ମୋହରି l
ଗତି କରି ସର୍ବେ. କହି କହି ଯାଏ
କାର୍ଯ୍ୟ ରେ ନ କର ହେଳା
ମୋ ଗତିରେ. ଅନୁବର୍ତ୍ତିତା ନହେଲେ
ବୁଡ଼ିବ ତୁମରି ଭେଳା l
ଥରେ ଚାଲିଗଲେ. ନ ଫେରିବି ଆଉ
ପ୍ରକାଶିଲେ ଯେତେ ବଳ
ଧନ, ମନ, ଜ୍ଞାନ. ଧରମ, କରମ
ଅଥବା ଶାସନ କଳ l
ଆଜିର କାମକୁ. ଅବହେଳା କରି
ଯେ ଚିନ୍ତେ କରିବ କାଲି
କେ କହିବ କାଲି. ଗତି ପାଥ ତାର
ବଦଳି ନ ଯିବ ବୋଲି.l
ଏ ସୃଷ୍ଟିର ସବୁ. ସ୍ଥାବର ଜଙ୍ଗମ
ଜୀବ ଓ ନିର୍ଜୀବ ଯେତେ
ସଭିଙ୍କର ଜନ୍ମ. ସ୍ଥିତି ଓ ବିଲୟ
ବନ୍ଧା ମୋର ଗତି ସୂତ୍ରେ l
ଆଳସ୍ୟକୁ ଛାଡି କର୍ମ ଫଳ ହୁଡି
ହୁଅ କର୍ମ ଅନୁଗାମୀ
କର୍ମ ସହ ଫଳ ଯୋଡା ହୋଇ ଅଛି
ପ୍ରତି ଫଳେ କର୍ମ ଘେନି l
ସମୟର ଧର୍ମ. ନିରନ୍ତର ଗତି
ଫଳ ର ଆଶା ନକରି
ନିଷ୍କାମ କର୍ମରେ. ନିୟନ୍ତା ଯୋଡ଼ିଲେ
ସଭ୍ୟଙ୍କର ଭାଗ୍ୟ ଡୋରି l
ତେଣୁ ଶୁଦ୍ଧି ଜନେ. ଚିନ୍ତାକରି ମନେ
କାର୍ଯ୍ୟରେ କାମନା ହୁଡ଼ି
ସାକାମ କରିଲେ. ପାପ ପୁଣ୍ଯ ବେନି
ରହି ଥାଏ ହୋଇ ଯୋଡି l
ସମୟ ଗତିରେ. କର୍ତ୍ତବ୍ୟକୁ ଯୋଡି
ଯେ କର୍ମ କରଇ ନିତି
ସେ କର୍ମରେ ଫଳ. ଛାଏଁ ଛାଏଁ ଫଳେ
ବଦଳେ ଜୀବନ ଗତି l
