STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଅର୍ଥ କଦର୍ଥ

ଅର୍ଥ କଦର୍ଥ

1 min
5

କବିତା - ଅର୍ଥ କଦର୍ଥ
ରଚନା - ପଞ୍ଚାନନ ଜେନା
ତାରିଖ -୨୯-୦୮-୨୦୨୫
+++++++++++++++
 ପାଲା ଗାୟକ ମହାଶୟ
ପାଲା ମଣ୍ଡପରେ ଜମେଇଥିଲେ ଆସର ଅତିଶୟ
ବେଶଭୂଷାରୁ ମିଳୁଥିଳା ସମ୍ୟକ ପରିଚୟ
 ଚାମର ଧରାରୁ ଘୁରାରୁ ଧୂରିଣ ଅନୁମେୟ
ପୋଷାକ ପରିପାଟିରୁ ଅଭିଜ୍ଞ ବନ୍ଦନୀୟ
ଗଳା ଫଟାଇ ଗାଉଥିଲେ ବୁଝାଉଥିଲେ
 ବିନୟ ଅନୁନୟ ସାଙ୍ଗକୁ ବଳିଷ୍ଠ ଅଭିନୟ

 କିୟଦଂଶ ଏମିତି କହୁଥିଲେ
 ମହାମାରୀ କରୋନାର ଅର୍ଥ ଗରିବଙ୍କୁ ପଚାର
ଦେଶର ଅଗଣିତ ଦରିଦ୍ର ନାରାୟଣଙ୍କୁ ପଚାର
ଦିନ ମଜୁରିଆ ଖଟିଖିଆ ସର୍ବହରାଙ୍କୁ ପଚାରି ପାର
ଧନୀଙ୍କୁ ପଚାରିଲେ କହିବେ ମଜା ହିଁ ମଜା ସମ୍ଭାର
ଚବିଶ ଘଣ୍ଟା ଘରେ ଭୋଜନ ଭଜନ ଶୟନ ଉପଚାର
 ତୁଣ୍ଡି ସିନା ବାନ୍ଧିବାକୁ ପଡ଼େ ବାହାରେ
 ଘରେ ପରା ମୋବାଇଲ ଅଛି ହାତରେ
କାଟିବାକୁ କେଞ୍ଚିବାକୁ ସୁହାନା ସଫର

 ବିଷର ଅର୍ଥ ମହାଦେବଙ୍କୁ ପଚାର
ମୀରାବାଇକୁ ପଚାରିଲେ କହିବେ ଅମୃତ ଝର

 ସେବାର ଅର୍ଥ ଶ୍ରବଣ କୁମାରଙ୍କୁ ପଚାର
ହନୁମାନଙ୍କୁ ପଚାରିଲେ ଆନନ୍ଦ ହିଁ କହିବା ସାର

 ପ୍ରେମର ଅର୍ଥ ରାଧାରାଣୀଙ୍କୁ ପଚାର
 ରୁକ୍ମିଣୀଙ୍କୁ ପଚାରିଲେ ଅଧିକାର ଆସିବ ଉତ୍ତର

 ବିରହର ଅର୍ଥ ଭର୍ମିଳାଙ୍କୁ ପଚାର
ସୀତାଙ୍କୁ ପଚାରିଲେ ଧର୍ମ ହିଁ ସାର୍ଥକ ସ୍ଵର

 ଏହି ସବୁ ଶୁଣୁଥିଲେ ଜେଜେମା ମୋର
 ଗାଉଁଲି ଢ଼ଙ୍ଗରେ ଯୋତିଦେଲେ କିଛି ପଦ୍ୟ ସୁନ୍ଦର

 ତରକାରୀ କେମିତି ଲାଗୁଛି ଶାଶୁଙ୍କୁ ପଚାର
ସ୍ୱାମୀଙ୍କୁ ପଚାରିଲେ କହିବେ ଅତ୍ୟୁତ୍ତମ ସବୁଥର

 ବାତ୍ସଲ୍ୟର ଅର୍ଥ ମା' ମାଉସୀଙ୍କୁ ପଚାର
 ବିମାତାଙ୍କୁ ପଚାରିଲେ କହିବେ ଘମଣ୍ଡ ଉତ୍ତର

 ଘୃଣାର ଅର୍ଥ ଶତ୍ରୁ ପଡ଼ୋଶୀଙ୍କୁ ପଚାର
 ବନ୍ଧୁ ପରିଜନଙ୍କୁ ପଚାରିଲେ ମିଳିବ
 ମନ ବୁଝେଇବା ମିଛ ବାହାନା ମାତର

 ସବୁ ଶବ୍ଦର ଅବଶ୍ୟ ଅର୍ଥ ଅଛି
 କଦର୍ଥ ବି ଅଛି ଅନର୍ଥ ବି ଅଛି
ସୁ- ଅର୍ଥ ବି ଅଛି କୁ-ଅର୍ଥ ବି ଅଛି
 ନିଜର ପ୍ରଜ୍ଞା ବିଚାର
ନିଜର ପ୍ରଭାମୟ ମତି ଆଚାର
 ମିଳେଇ ମିଶେଇ ପ୍ରୟୋଗ କର
 ସବୁ ଅର୍ଥ ହେବ ସୁବିଚାର ଓ ସଦାଚାର


Rate this content
Log in

Similar oriya poem from Inspirational