Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshitish Jena

Abstract Action Inspirational

3  

Kshitish Jena

Abstract Action Inspirational

ଅର୍ଥ ଅନର୍ଥର ମୂଳ

ଅର୍ଥ ଅନର୍ଥର ମୂଳ

1 min
121



ଅର୍ଥାଭାବ ଯୋଗୁଁ ଶୀତେ ଥରେ ବୃଦ୍ଧ

ନକିଣି ପାରିକି କମ୍ବଳ

ଝିଅ ବାହାଘର ଅଟକ ରହଇ

ଯଦି ନାହିଁ ପାଖେ ସମ୍ବଳ ।


ଚିକିତ୍ସା ଅଭାବୁ ରୋଗ ବଢ଼ିଯାଏ

ରୋଗୀ କ୍ରମେ ହୁଏ ଦୁର୍ବଳ

ଉନ୍ନତ ଶିକ୍ଷାରୁ ହେଉରେ ବଞ୍ଚିତ

ଶିକ୍ଷା ଯେ ବ୍ୟୟ ବହୁଳ ।


ଲାଞ୍ଚ ଦେଇ ନିଜ କାମ କରେ ଧନୀ

ଗରିବ ହୁଏ ବିଫଳ

ସମ୍ପର୍କ ଗଢ଼ଇ ସମ୍ପର୍କ ଭାଙ୍ଗଇ

ଅର୍ଥ ଯେ ଅଶାନ୍ତି ଫଳ ।


ଅର୍ଥ ବିନୁ କେହି ଶୁଏ ଗଛ ତଳେ

ସପନ ଶାଗ ପଖାଳ

ଅର୍ଥ ଯୋଗୁଁ ନାଶ ହୁଏ ଭାଇ ଭାଇ

ସ୍ନେହ ପ୍ରେମ ଅନାବିଳ ।


କନ୍ୟାଭୃଣ ହତ୍ୟା ବଧୂ ହତ୍ୟା ଘଟେ

ଚୋରି ,ହିଂସା, ଗଣ୍ଡଗୋଳ

ପ୍ରତି ଅଘଟଣ ପାଇଁ ଅର୍ଥ ଦାୟୀ

ଅର୍ଥ ଅନର୍ଥର ମୂଳ ।


ସତ୍ ରୋଜଗାର ସଦ୍‌ ବିନିଯୋଗେ 

ଅର୍ଥରୁ ମିଳେ ସୁଫଳ

ନିଜ ଧନେ ତୋଷ ହୋଇଲେ ଖୁସିରେ

କଟିବ ଜୀବନ କାଳ ।



Rate this content
Log in

Similar oriya poem from Abstract