Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Romance Classics Others

3  

ବି. ନିରୁପମା

Romance Classics Others

ଅରପିବି ତୁମ ପାଦେ

ଅରପିବି ତୁମ ପାଦେ

1 min
273


ଏତେ ଲୋକ ମୋତେ ଭରସା ଦେଲେଣି

ନିଶ୍ଚୟ ମିଳିବ ତୁମେ,

କେବେ ସେ ସୁଦିନ ଆସିବ ହେ କୃଷ୍ଣ

ତୋଷ ହେବି ଦରଶନେ ।


ଅହୋଭାଗ୍ୟ ତେବେ ମଣିବି ହେ ନାଥ

ଚରଣ ଯୁଗଳ ଧରି,

କୋଟି ଜନମର ଯାତନା ଯେତେକ

ନିମିଷକେ ଯିବ ସରି ।


ଯାହା ଦେବ ତୁମେ ଶ୍ରଦ୍ଧା ଭକ୍ତି ତାହା

ଅରପିବି ତୁମ ପାଦେ,

ଚିତ୍ତକୁ ପ୍ରସନ୍ନ କରାଇବ ବାରେ

ତୁମରି ମୂରଲୀ ନାଦେ ।


ତୁମେ ପରମାତ୍ମା ମୁହିଁ ଏକ ଆତ୍ମା

ତୁମରି ତ ଏକ ଅଂଶ,

ତୁମ ଅଙ୍ଗେ ଲୀନ କରିବ ହେ ଶ୍ୟାମ

ମୋର ଏ ପରାଣ ହଂସ ।



Rate this content
Log in

Similar oriya poem from Romance