ଅରଣ୍ୟ ରୋଦନ
ଅରଣ୍ୟ ରୋଦନ
ଆଜି ମୋ ହୃଦର ଗହନ କାନନେ...
ରୋଦନ କରେ ମୁଁ ଏକାନ୍ତ ବିଜନେ ll
କହିବି କା ଆଗେ ମୋ ଅନ୍ତରବେଦନାକୁ..
ଦୁଃଖର ବହ୍ନିରେ ଖାଲି ଜଳିବାକୁ...
କେ ଦେଖି ପାରିବ ମୋ ହୃଦୟ କୋହ..
କେ ପୋଛି ପାରିବ ମୋ ନୟନ ଲୁହ ll
ଅରଣ୍ୟର ସେଇ ଚାତକର ସମ....
ମୋ ଦୁଃଖ ବେଦନା ଜଣେ ଖାଲି ମନ..
କେମିତି କହିବି ଦୁନିଆ ଆଗରେ...
ଅସରନ୍ତି ଦୁଃଖ ମୋ ମନ ବନରେ... ll
ପାଏ ନାହିଁ କେହି ଖୋଜି ମୋ ନିଜର..
ଲୋକ ଦେଖଣିଆ ବାକି ସବୁ ପର...
ଦୁନିଆ ବୁଝେ କି ସେ କୋହ ସମ୍ଭାର...
ସେଥିପାଇଁ ଆଜି ଏକାନ୍ତରେ ହେଜି...
ଅରଣ୍ୟର ସମ କରେ ମୁଁ ରୋଦନ ll
ମଲା ମନ ମୋର ଭଙ୍ଗା ହୃଦୟଟେ...
ସାନ୍ତ୍ୱନାର ଆଶା କରିବି କେମନ୍ତେ...
ସାନ୍ତ୍ୱନାର ଆଶା କରିବି କେମନ୍ତେ....
