STORYMIRROR

Prasanta Bhunya

Fantasy

2  

Prasanta Bhunya

Fantasy

॥ ଅଢ଼େଇ ଅକ୍ଷର॥

॥ ଅଢ଼େଇ ଅକ୍ଷର॥

1 min
13.8K


ଏମିତି ବି ହୋଇଥାନ୍ତା,

ଯେବେ ମୋର ହଜାରେ ଗୋଲାପି କାଗଜରେ

ରଙ୍ଗ ସ୍ୟାହି ଲେଖା ଲମ୍ବା ପ୍ରେମ ପତ୍ର ପଢ଼ିବା ପୂର୍ବରୁ

ତମ ରଫ୍‌ଖାତାର ଚଉଠ କାଗଜରେ ତମେ

ମୋତେ ‘ଭଲ ପାଅ’ ବୋଲି ଦେଇଥାନ୍ତ ଲେଖି...!

ଏମିତି ବି ହୋଇଥାନ୍ତା,

ଯେବେ ମୋର ହଜାର ରାତିର ନିଦ ହଜାଇ

ରାତିକୁ ଅସରନ୍ତି ଆଉ ଦିନକୁ ମୁହୂର୍ତ୍ତେ ଭାବିବା ପୂର୍ବରୁ

ସେଇ ଝୁମାଝୁମା ମୁହଁ ସଞ୍ଜ ବେଳେ

ତୁମ ସହ ଥରୁଟିଏ ଭେଟ ହୋଇଥାନ୍ତା ସାଥି...!

- ପ୍ରଭୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy