STORYMIRROR

Debabrata Mishra

Abstract Drama Action

3  

Debabrata Mishra

Abstract Drama Action

ଅର୍ଦ୍ଧଦଗ୍ଧ ମନ

ଅର୍ଦ୍ଧଦଗ୍ଧ ମନ

1 min
120


ନା ସେ ସମ୍ପୂର୍ଣ୍ଣ ହୁତୁହୁତୁ ହୋଇ ଜଳୁଛି

ନା ତା'ର ଅନ୍ତରର ଚେତନାଗ୍ନି ଲିଭୁଛି

ନା ସେ ଓଠ ଖୋଲି ଟିକେ ହସି ପାରୁଛି

ନା ତା'ର ଲୁହମାନଙ୍କୁ ମୁକ୍ତି ଦେଇପାରୁଛି

ତା'ର ଅଦୃଶ୍ଯ ମନଟି ଅଧାଜଳି କୁହୁଳୁଛି

ଅଜଣା ତାକୁ ସେ ବଞ୍ଚିଛି ଅବା ମରିଯାଇଛି..!! 


ନା ସେ ବିବେକର କଥା ବୁଝାଇପାରୁଛି

ନା ତାକୁ ବୁଝିବାକୁ କାହା ବିବେକ କହୁଛି

ନା ମହାନ ହେବାର ତା'ର ଅଭିଳାଷ ଅଛି

ନା ସେ ହୀନ ହେବାପାଇଁ ରାସ୍ତା ଖୋଜୁଛି

ସମୂହ ମଙ୍ଗଳ କାମନା ତା'ର ହୃଦେ ରହିଛି

ତା'କୁ ତା' ଛଡ଼ା କେବଳ ଈଶ୍ବର ହିଁ ବୁଝିଛି..!! 


ନା ସେ ସ୍ୱାର୍ଥପର ସମୁଦ୍ରରେ ପହଁରୁଛି

ନା କର୍ତ୍ତବ୍ଯ ନଦୀରେ ପୂର୍ଣ୍ଣ ବୁଡ଼ିପାରୁଛି

ନା ତା' ଅବନୀରେ ଅଶୁଭ ଋତୁ ବଦଳୁଛି

ନା ସେ ନିଠୁର ସମୟକୁ ଅଟକାଇ ପାରୁଛି

ଆପଣାର ସୁଖ ଚାହିଁ ସେ କି ଭୁଲ୍ କରୁଛି

ତା' ନିଜ ଭିତରଟାକୁ ସେ ଭୁଲି ଯାଉଛି..!! 


ନା ସେ ବାସ୍ତବତାକୁ ଅସ୍ୱୀକାର କରିପାରୁଛି

ନା ସମସ୍ତଙ୍କ ଭିବିଷ୍ୟତକୁ ପାଦେ ଆଡ଼ଉଛି

ନା ସେ ସମ୍ପୂର୍ଣ୍ଣ ବର୍ତ୍ତମାନରେ ବଞ୍ଚି ପାରୁଛି

ନା ସମୟର ନିଆଁ ତାକୁ ବିଦାୟ ଦେଉଛି

ସମୟକୁ ଭଲ ଭାବରେ ସେ ନିଶ୍ଚିତ ଚିହ୍ନିଛି

ତେଣୁ ସେ ପ୍ରତି ମୁହୁର୍ତ୍ତେ ଅବଶୋଷ କରୁଛି..!! 




Rate this content
Log in

Similar oriya poem from Abstract