STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଅପୂର୍ବ ରକ୍ଷାବନ୍ଧନ

ଅପୂର୍ବ ରକ୍ଷାବନ୍ଧନ

1 min
142


ସମସ୍ତ ବର୍ଗର ଜନସାଧାରଣ

ଆଜି ଖୁସି ଗଦଗଦ

ହରଷ ମନରେ ପାଳନ୍ତି ଉତ୍ସବ

କରୁଛନ୍ତି ଶଙ୍ଖନାଦ ।

ପଠାଇଛି ରାକ୍ଷୀ ଭଗିନୀ ଭାରତୀ

ଅନନ୍ଯା ନୀଳନୟନା

ନାଚେ ଦଶଦିଶ ଗଗନ ପବନ

ଆନନ୍ଦ ଭ୍ରାତ ଚନ୍ଦ୍ରମା ।

ତୃତୀୟ ଉଦ୍ଯମ ହୋଇଛି ସଫଳ

ଚନ୍ଦ୍ରଯାନ ଅଭିଯାନ 

ସଗର୍ବେ ବିକ୍ରମ ଉତ୍ତର ମେରୁରେ

କରିଛି ଅବତରଣ ।

ପଠାଉଛି ଦୃଶ୍ଯ ଚାକ୍ଷୁସ ବୃତ୍ତାନ୍ତ 

ଦେଖନ୍ତି ପୃଥିବୀବାସୀ

ନିର୍ଗମି ପ୍ରଜ୍ଞାନ ଦେଉଛି ସମର୍ପି

ସୁନା ଖୋଳପାରେ ରାକ୍ଷୀ ।

ଚନ୍ଦ୍ରମାର ପୃଷ୍ଠେ ଅଦ୍ଭୁତ ଅପୂର୍ବ 

ତ୍ରିରଙ୍ଗାର ଉତ୍ତୋଳନ 

ଗୁଞ୍ଜେ ବିଜୟର ଭେରୀ ତୂର୍ଯ୍ଯନାଦ 

ବିଶ୍ବ କୋଣ ଅନୁକୋଣ ।

ବଳିଷ୍ଠ ସାମର୍ଥ୍ଯେ ରଚି ଇତିହାସ 

ରହସ୍ଯକୁ କରି ଭେଦ

ସ୍ମୃତି ଶିବଶକ୍ତି ଅଶୋକର ଚକ୍ର 

ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ।

ମୁଗ୍ଧ ଅନୁରାଗେ ସୁହୃଦ ସମ୍ବନ୍ଧେ

ବିରାଗର ଶୂନ୍ଯ ସ୍ଥାନ 

ରକ୍ଷା ସୁବନ୍ଧନ କରେ ପରିପୂର୍ଣ୍ଣ 

ଜହ୍ନ ମାମୁଁ ସୁପ୍ରସନ୍ନ ।

    



Rate this content
Log in

Similar oriya poem from Inspirational