STORYMIRROR

Jitendra Seth

Romance

2  

Jitendra Seth

Romance

ଅପୂର୍ବ ମିଳନ

ଅପୂର୍ବ ମିଳନ

1 min
416

କହିବାକୁ ଚାହେଁ ଅନେକ କିଛି

ହେଲେ ଓଠ ଖୋଲି କହି ପାରେନା 

ତମ ହାତରେ ହାତ ମିଳେଇ 

ଚାଲିବାକୁ ଚାହେଁ ଅନେକ ବାଟ

ହେଲେ କାହିଁକି ପାଦ ମୋର ଅଟକି ଯାଏ

ସେକଥା ମୁଁ ଜାଣି ପାରେନା


ତମେ ମୋର ପାଖରେ ଥିଲେ, 

ଲାଗେ ଯେମିତି ମୁଁ ଅଲଗା କେଉଁ ଦୁନିଆରେ ଅଛି, 

ତମ କୋମଲ ହାତରେ ସ୍ପର୍ଶରେ 

ହୃଦୟର ସ୍ପନ୍ଦନ ଶତ ଗୁଣା ହୋଇଯାଏ 

ସତରେ ଯେମିତି ମୁଁ ପାଲଟିଯାଏ 

ଭିନ୍ନ ଏକ ଦୁନିଆର ଭିନ୍ନ ଏକ ପ୍ରେମିକ, 

ଯେଉଁ ପ୍ରେମିକ କି ଶୟନେ ସପନେ ସାନ୍ନିଧ୍ୟାସନେ 

ସବୁବେଳେ କେବଳ ତୁମକୁ ହିଁ ଖୋଜି ବୁଲେ


ଦେବାକୁ ଚାହେଁ ମନଲାଖି ଉପହାର ଟିଏ 

ହେଲେ କାହିଁକି ହାତ ମୋର ଫେରି ଆସେ 

ମୁଁ ନିଜେ ବି ଜାଣି ପାରେନା, 

ରହିବାକୁ ଚାହେଁ ତମ ପାଖରେ ସବୁଦିନ ପାଇଁ, 

ହେଲେ ପରିସ୍ଥିତି ଓ ସମୟର ବନ୍ଧନରେ 

ମୁଁ ଏମିତି ବନ୍ଧା ଯେ,

ଚାହିଁଲେ ବି ତୁମ ପାଖରେ ରହି ପାରେନା


ଏ ଜନ୍ମରେ ତମର ଆଉ ମୋର ସମ୍ପର୍କ 

କେତେ ନିବିଡ଼ କେତେ ଘନିଷ୍ଟ ସେ କଥା 

ବୁଝିକି ମୁଁ ଅବୁଝା ପ୍ରାୟ, 

କାରଣ ମୋ ପାଇଁ ତମେ ଆକାଶ କୁସୁମ 

ମୁଁ ତମ ପାଇଁ ଚିଲିକା ମାଛ, 

ଅପେକ୍ଷା ସେଇ ଦିନକୁ,

ଯେଉଁ ଦିନ ତମର ଆଉ ଏ ବିରହୀ ହୃଦୟର 

ହେବ ଅପୂର୍ବ ମିଳନ 



Rate this content
Log in

Similar oriya poem from Romance