STORYMIRROR

Laxminarayan Pattanaik

Romance

3  

Laxminarayan Pattanaik

Romance

ଅପରୂପା

ଅପରୂପା

1 min
13.5K


ମୋ ପ୍ରିୟା ଅଟଇ ଜହ୍ନ ଠୁ ସୁନ୍ଦର

ଜୋଚ୍ଛନା ଅଟଇ ଛାର

ସାତସୁରେ ବନ୍ଧା ତା ସାଥେ ଜୀବନ

ସେ ମୋ କବିତାର ସୁର

ପରୀ ରାଇଜର ଲାବଣ୍ୟବତୀ ସେ

କି ବର୍ଣ୍ଣିବି ରୂପ ତାର

ଅଳସୀ ନଈର ସପନ ବନ୍ୟା ସେ

ଛୁଏଁ ପ୍ରୀତି ପାରାବାର

ଫଗୁଣର ରଙ୍ଗ ଲାଗେ ଫିକା ଫିକା

ପ୍ରିୟା ମୋ ନଥିଲେ ପାଶେ

ଶ୍ରାବଣେ ଭିଜିବା ହୁଅଇ ଅସାର

ଆଖିରେ ଯେବେ ନଦିଶେ

ମଉନ ମାଘରେ ହୁଏ ମୁଁ ପାଗଳ

ତା ପାଉଁଜି ସ୍ଵର ଶୁଣି

ଖୋଜୁଥାଏ ନୀତି ନଈ ପଠାଧାରେ

ସିଏ ମୋ ପରଶମଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance