Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Laxminarayan Pattanaik

Others

2  

Laxminarayan Pattanaik

Others

ଅସ୍ପଷ୍ଟ

ଅସ୍ପଷ୍ଟ

1 min
6.9K


ପ୍ରଶ୍ନ କରୁଛି ମୁଁ ନିଜେ ନିଜକୁ,

କାହିଁକି ମୁଁ ପାଦ ଥାପିଛି,

ଏ ଦୁନିଆଁ ବୁକୁରେ,

କେମିତି ଆପଣେଇଛି,

ଅନିଶ୍ଚିତ ମୁହୂର୍ତ୍ତକୁ.. ନାଁ ତା'ର ଜୀବନ,

ଜାଣି ସୁଧା ଅବଶ୍ୟମ୍ଭାବୀ ସତ୍ୟକୁ,

କରିଚାଲିଛି ସ୍ଵାର୍ଥର ସାଧନ ॥


ଜୀବନ ଯେ ପାନ୍ଥଶାଳାର ରାତିଟିଏ,

ସକାଳ ଆସିବା ପୂର୍ବରୁ,

ପାଶୋରୀ ଦିଏ ସବୁ ଠିକଣା,

କେମିତି ପାରୁନି ମୁଁ ବୁଝି.. ଏ ମିଥ୍ୟା ପ୍ରବଞ୍ଚନା,

ଶୁଣି ସୁଧା ମହାକାଳର ଡାକରାକୁ,

ପାଲଟିଛି ରାତିର ବାର`xଙ୍ଗନା ॥

ପୁଣି, ମଶାଣିର ଜୁଇ ଆଲୋକରେ

ଦେଖୁଛି ମୋ ପରଳ ଆଖିରେ

ଅସ୍ପଷ୍ଟ ହେଲେବି,

ବାରି ହୋଇପଡୁଛି.. ଜୀବନର ସତ୍ୟ

ଆଉ ମହାକାଳର ତୁର୍ଯ୍ୟନାଦରେ

ଶୁଭୁଛି ହରିନାମ ସତ୍ୟ ରାମନାମ ସତ୍ୟ ॥


Rate this content
Log in