STORYMIRROR

Laxminarayan Pattanaik

Others

2  

Laxminarayan Pattanaik

Others

ଖୋଜୁଛି ମୁଁ ସେଦିନକୁ

ଖୋଜୁଛି ମୁଁ ସେଦିନକୁ

1 min
13.6K


ଖୋଜୁଛି ମୁଁ ସେ ଦିନକୁ..

ଯେଉଁ ଦିନ ମୁଁ ମାଆର ପଣତରେ

ଲୁଚି ଯାଉଥିଲି ନିଃଶବ୍ଦ ଅନ୍ଧାରର ଭୟରେ,

ଖୋଜୁଛି ମୁଁ ସେ ଦିନକୁ.....

ଯେଉଁ ସନ୍ଧ୍ୟାରେ ଜେଜେମା'ର

ପିଠି ଥାପୁଡା ତାଳରେ

ଶୁଣୁଥିଲି ସାଧବ ପୁଅର ସାତ ଦରିଆ ପାରି କଥା,

ଅବା ସାହାଡ଼ା ସୁନ୍ଦରୀର ବାହା ବୃତାନ୍ତ,

ଖୋଜୁଛି ମୁଁ ସେ ଦିନକୁ.......

ଯେଉଁ ଦିନ ନଟିଆ ନନା ସାଙ୍ଗେ

କଣ୍ଟା ଗଇଁଠା ନେଇ ଆମ୍ବ ତୋଟାରେ

ସ୍ୱାଗତିବାକୁ ବସନ୍ତର ମଳୟକୁ,

ଖୋଜୁଛି ମୁଁ ସେ ଦିନକୁ.....

ଯେଉଁ ଦିନ ବାପାଙ୍କ ଡ଼ରରେ

ଯାଉଥିଲି ଧାନ ବୋଝ ମୁଣ୍ଡେଇ

କାଳିଆ କଷରାଙ୍କ ପଛେ ପଛେ

ଶିଖିବାକୁ ବଞ୍ଚିବାର ରାହା,

ଖୋଜୁଛି ମୁଁ ସେ ଦିନକୁ........

ପୁନିଅଁ ପରବର ସାଙ୍ଗସାଥି ମେଳ

ନଈ ପଠା ଡାଳମାଙ୍କୁଡ଼ି ଖେଳ

ପୁଣି ଝୁରୁଛି ସେ ସ୍ନେହ ପ୍ରୀତି

ଆଉ ମରିଯାଇଥିବା ଆତ୍ମୀୟତାକୁ ।


Rate this content
Log in