STORYMIRROR

Laxminarayan Pattanaik

Romance

2  

Laxminarayan Pattanaik

Romance

ସପନ ସୁନ୍ଦରୀ

ସପନ ସୁନ୍ଦରୀ

1 min
13.5K


ସପନ ସୁନ୍ଦରୀ ଆକାଶର ପରୀ

ତାରା ଫୁଲଟିଏ ତୁମେ

ରାତିର ସପନ ପୂର୍ଣ୍ଣମୀର ଜହ୍ନ

ପ୍ରୀତିର ଜୋଛନା ତୁମେ

ନୀଳ ସାଗରର ନୀଳ ଢେଉ ପରି

ବେଳାର ଲହରୀ ତୁମେ

ଗଭୀରତା ତୁମ ପାରେ ନାହିଁ ମାପି

ପ୍ରୀତିର ତରଙ୍ଗ ତୁମେ

ଦେଖି ନାହିଁ କେବେ ଫୁଲ ପାରିଜାତ

ତା ଠାରୁ ଅଧିକ ତୁମେ

ରମ୍ଭା ଓ ମେନକା ନୋହିବେ ସମାନ

ମୋ ହୃଦ ଉର୍ବର୍ଶୀ ତୁମେ

ମୋହି ନେଇ ଥାଅ ମୋ ମନ ହୃଦୟ

ଫଗୁଣର ବାସ୍ନା ତୁମେ

ଭିଜା ଶ୍ରାବଣରେ ଭାରି ମନେପଡ

ମନ ମୟୂରୀ ଗୋ ତୁମେ

ତୁମେ ମୋ ହୃଦୟ ପ୍ରୀତି ପୂଜାରିଣୀ

ଭୁଲିବନି ମତେ ତୁମେ

ଜନମ ଜନମ ସାଥୀ ତୁମେ ମୋର

ଅନ୍ଧର ଲଉଡି ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance