ଅପ୍ରାକୃତ ପ୍ରେମ
ଅପ୍ରାକୃତ ପ୍ରେମ
ଅପ୍ରାକୃତ ପ୍ରେମ ମୂର୍ତ୍ତି ହେ ରାଧା ମୋହନ
ଯାର ପାଦେ ନମନ୍ତି ଏ ସାରା ଭୁବନ l
ପ୍ରେମ ସ୍ୱରୂପିଣୀ ସେ ଯେ ରାଧା ରାଣୀ
ସମ୍ମୋହିତା ହୋଇ ଧାବେ ବଂଶୀ ସ୍ଵନ ଶୁଣି l
ଯଶୋଦା ନନ୍ଦନ ଅପୂର୍ଵ ବଦନ କଳା ଜହ୍ନ
ବିରାଜିତ କୁଞ୍ଜ କାନନେ ପ୍ରେମେ ହୋଇଣ ମଗନ l
କଳାକାହ୍ନୁ ସ୍ୱରେ ଉଜାଣି ବହେ ଯମୁନା ନୀର
ନିରତେ କରନ୍ତି ଛନ୍ଦେ ନୃତ୍ୟ କୂଳେ ଚିତ୍ତଚୋର l
ଏ ଦେହ ବୃନ୍ଦାବନେ ନିତ୍ୟ ରାହାସ ସ୍ଥଳ
ପ୍ରକୃତି ପୁରୁଷ ରାଧାକୃଷ୍ଣ ଅପୂର୍ଵ ଲୀଳା ଖେଳ l
ନିରନ୍ତର ପ୍ରେମ ସୁଧା ବହେ ସେ ଚରଣୁ
ପାନ କରି ଲଭିବୁ ମୁକତି ମାୟା ମରଣୁ l
