STORYMIRROR

Jagannath Das

Romance

4  

Jagannath Das

Romance

ଅପ୍ରାକୃତ କେଳି

ଅପ୍ରାକୃତ କେଳି

1 min
219


ପଲକ ନ ପଡେ ରାତ୍ର ରେ ସଜନୀ

ପୁଲକି ଉଠୁନି ବୁକୁତଳ

ଦେଖୁନ କିପରି ଶୀତ ପଡ଼ିଅଛି 

ମର୍ତ୍ତ୍ୟ ରେ ଥଣ୍ଡା ପ୍ରବଳ


ଏଇ ଯେ ଦେଖୁନ, ମରତ ରେ ବନ

ପତ୍ର ଘେରା ପୁରା ବକୁଳ ମଣ୍ଡିତା

ଜ୍ୟୋଛନା ଆଲୋକେ ଦିଶେ ଶୋଭାବନ

ତୁହି ମନେ ପଡି,ପଡୁନି ମୋ ପତା


କାମେ ଜର ଜର, ଲାଗଇ ପ୍ରବଳ

ଥଣ୍ଡା ରେ ଖୋଜୁଛି ସାଥୀ ସତ୍ତା

ଶିହରୀ ଉଠୁଛି ପ୍ରତି ନାସା ପୁଟ

ମୁଖରୁ ନ ବାହାରେ କିଛି କଥା


ଅପ୍ରାକୃତ କେଳି କାମିନୀ ରେ ମନ

ଶୀତ ପାଇଁ ହୁଏ ଭାରି ଚିନ୍ତା

ଯୌବନେ ଯୌବନି ସମାଜ ନିକର

ଖୋଜେ ଆଶାୟିନୀ ପୋତି ମଥା


କିଏ ଜାଣେ କାର କୁହୁକ ପରଶେ

ମାଡି ଯାଉଅଛି ପ୍ରେମ ଲତା

ଏ ପୁଲକେ ମୁହିଁ ଲେଖୁଛି ହରଷେ

ସାର୍ଥକ ରୁଚିର କରି ସୁପ୍ତତା


ଅପ୍ରାକୃତ କେଳି, ମନେ ଭଳି ଭଳି 

ମାଡିଯାଉ ଅଛି ଏହି ଲତା

ଶ୍ରୀରାଧା, ଶ୍ରୀକୃଷ୍ଣ ପ୍ରେମ ସତେ ଜାଗେ

ମନରେ ବିଷାଦ ଦେହେ ବ୍ୟଥା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance