STORYMIRROR

Jagannath Barik

Inspirational

3  

Jagannath Barik

Inspirational

ଅପରାଧ

ଅପରାଧ

1 min
324

ମଣିଷ ଜୀବନେ ଭଲ କାମକରେ

ପ୍ରଶଂସା ହୁଅଇ ପ୍ରାପ୍ତ

ମନ୍ଦ କାମ କଲେ ନିନ୍ଦା ଅରଜନ

ସବୁରି ଘୃଣାର ପାତ୍ର ।


ସୃଷ୍ଟି ଶ୍ରେଷ୍ଠ ଜୀବ ମଣିଷ ହିଁ ଏକା

ଭଲ ମନ୍ଦ ପାରେ ଜାଣି

ଜୀବନର ମାର୍ଗ କରିଛି ତିଆର 

ଯେଣୁ ସାମାଜିକ ପ୍ରାଣୀ ।


ଗୁରୁ ଗୁରୁଜନେ ଅମାନ୍ୟ କରିଲେ

ଅପରାଧେ ହୁଏ ଗଣା

ପର ନିନ୍ଦା ପର ଈର୍ଷା ଆଚରଣ

ଚୋରି ନାରୀ ପାପ ଠଣା ।


ଆମଗାଁ ଧନିଆ ଭାରି ଅମାନିଆ

ଗୁଣ୍ଡାଙ୍କ ମଉଡମଣି

ଧରାକୁ ମଣଇ ସରା ଜ୍ଞାନ ସିଏ

ଦୁର୍ଜ୍ଜନ ଯେପରି ଫଣୀ ।


ମଦ୍ୟପ ମାତାଲ ମୂର୍ଖ ଟାଉଟର

ନିତି ଘରେ କରେ କଳି

ଭାରିଜାକୁ ଦିଏ କଠୋର ଯାତନା

ପୁଅ ଝିଏ ଦିଏ ଗାଳି ।


ବାପାଦିନେ ତାକୁ ଆକଟ କରନ୍ତେ

କୁଳାଙ୍ଗାର ରାଗିଯାଇ

ମାରିଲା ଗୋଇଠା ପିଟିଲା ଠେଙ୍ଗାରେ

ହିତାହିତ ଭୁଲିଯାଇ ।


ଘୋଷାଡ଼ି ବୁଢ଼ାକୁ ଘରୁ ଟାଣି ଆଣି

ଦାଣ୍ଡରେ ପକାଇ ଦେଉ 

ଯନ୍ତ୍ରଣାରେ ବାପ ଛଟପଟ ହୋଇ

କହେ ତୋ ଠି କୁଷ୍ଠ ହେଉ ।


ସାତ ଦିନ ମାତ୍ର ହୋଇଅଛି ଗତ

ଅଭିଶାପ ପଡ଼ିଗଲା 

ସର୍ବାଙ୍ଗ ଫୁଲିଲା କୁଷ୍ଠ ବ୍ୟାଧି ହେଲା

ଆଉ ଚଳି ନପାରିଲା ।


ଅନୁତାପ କରି ବାପା ପାଦ ଧରି

କ୍ଷମା ଭିକ୍ଷା ଆଚରିଲା

ଜନ୍ମଦାତାଙ୍କର ନୟନ ଯୁଗଳ

ଅଶ୍ରୁପ୍ଳୁତ ହୋଇଗଲା ।


କ୍ଷମା କଲେ ଦୋଷ ଧନିଆ ସନ୍ତୋଷ 

ସେ ଦିନୁ ଛାଡିଲା ମଦ 

ରୋଗ ଦୂରହେଲା ଭଲ କାମକଲା

ବଢ଼ିଲା ସୁଖ ସମ୍ପଦ ।



Rate this content
Log in

Similar oriya poem from Inspirational