ଅପମାନ
ଅପମାନ
କୁରୁ ସଭାତଳେ ସତୀ ଯାଜ୍ଞସେନୀ
ପାଇଲେ ଘୋର ଲାଂଛନ
ଏହି ହେତୁ ହେଲା ଭାରତ ସମର
କୁରୁକୁଳ ନିର୍ମୁଳନ |
ଗୁରୁ ଗଉରବ ଦ୍ରୋଣ କର୍ଣ୍ଣ ଵଧ
ଭୀଷ୍ମଙ୍କ ଶର ଶୟନ
ମାନୀ ଦୁର୍ଯ୍ୟୋଧନ ଜାନୁ ବିଭଞ୍ଜନ
ଦୁଃଶା ଭୁଜ ଉତ୍ପାଟନ |
ତ୍ରେତୟା ଯୁଗରେ ସୂର୍ପଣଖା ନାସା
ଲକ୍ଷ୍ମଣ କଲେ ଛେଦନ
ଫଳରେ ହୋଇଲା ବୈଦେହୀ ହରଣ
ସୁବର୍ଣ୍ଣ ଲଙ୍କା ଦହନ |
ସାଗର ବନ୍ଧନ ରାମାୟଣ ରଣ
ଦଶକନ୍ଧ ବିନାଶନ
ପିତୃ ଅପମାନ ପ୍ରତିଶୋଧ ଅର୍ଥେ
ପର୍ଶୁରାମ ଭଗବନ |<
/p>
ବୀର ରକ୍ତେ କଲେ ଧରଣୀ ପ୍ଲାବନ
ସାଜି କ୍ଷତ୍ରି ନିସୂଦନ
ପ୍ରହଲ୍ଲାଦ ଅପମାନେ ନରସିଂହ
ହିରଣ୍ୟ କଲେ ଦାରଣ |
ଗଜପତି ମାନ ଉଦ୍ଧାରଣ ଆଶେ
କାଞ୍ଚି ଯୁଦ୍ଧ ଆୟୋଜନ
ତାରିଣୀ ସହିତ କାଞ୍ଚି ଗଣନାଥ
ପଦ୍ମାବତୀ ଆନୟନ |
ଜାଲିୱାନାୱାଲା ବାଗ ଅପମାନେ
ଉଦ୍ଦାମ ବୀର ବନ୍ଦନ
ବ୍ରିଟେନରେ ଯାଇ ଡାୟାର ସାହେବେ
ପେଷିଲେ ଯମ ସଦନ |
ଅପମାନ ପାଇଁ ତୁନି ରହେ ଯିଏ
କାପୁରୁଷରେ ଗଣନ
ମରଣ ପୂର୍ବରୁ ସେଥିପାଇଁ ଭୀରୁ
ଲଭେ ସହସ୍ର ମରଣ ।