STORYMIRROR

linki barik

Inspirational Others

3  

linki barik

Inspirational Others

"ଅପମାନ ଦ୍ରୌପଦୀର"

"ଅପମାନ ଦ୍ରୌପଦୀର"

1 min
124

ଦ୍ରୁପଦ ସୂତା ସେ ଅଗ୍ନି ସମ୍ଭୂତା

କଳାକୃଷ୍ଣ ଶ୍ରୀପୟେ ସମର୍ପିତା,

ସୌରେନ୍ଧ୍ରି ପାଞ୍ଚାଳୀ କୃଷ୍ଣା

ଜାଜ୍ଞସେନି ପାଞ୍ଚାଳୀ ନାମେ ରଚିତା।


ଚୁଡ଼ା ତା ଅପମାନିତ ଦୁର୍ଯ୍ୟୋଧନ ହସ୍ତେ,

ଯାବତ ମୁକୁଳା କେଶ ହୋଇଛି ଧୁଆ ଶ୍ରେଷ୍ଠ କୌରବ ରକ୍ତେ।


ବିବସ୍ତ୍ର କାଳେ ହୋଇ ନିରୂପାୟ ଟେକିଦେଲା ସେ ହାତ,

ଶୂନ୍ୟେ ଶୂନ୍ୟେ କୋଟି ବସ୍ତ୍ର ପଦାର୍ପଣେ ରଖିଲା ମହତ

ଚିରିଥିଲା ଯହିଁ ପଣତ।


ଯୁଗେ ଯୁଗେ ନାରୀ ଅପମାନିତ,

ପଡ଼ିଛି ଅତି ମହଙ୍ଗା ସେ ଅପମନର ଫଳ ସୂତ୍ରପାତ।


ମହାଭାରତ ଉନ୍ମେଷ ତା ଲାଗି,

ନାରୀ ମହତ ସୁରକ୍ଷା ତା ଲାଗି।


ମହତ ଉଦ୍ଧାର ଧର୍ମ ରକ୍ଷା ପାଇଁ ସେ ବଳିଷ୍ଠ ଇସ୍ତାହାର,

ଯୁଗେ ଯୁଗେ ନାରୀ ପୀଡ଼ିତ ସେ ଯେ ଏକ ଉଦାସୂତ।


ନାମକୁ ସେ ରାଜକନ୍ୟା 

ନାହିଁ ରାଜଭୋଗ ରାଜାରାଣୀର ଆସନ,

ଅସ୍ତିତ୍ବ ପାଇଁ ସେ ସଦା ଦହନ

ପାପୀ ଦୁର୍ଯ୍ୟୋଧନ ଦ୍ଵାରା ଚେଷ୍ଟିତ ବିବସନର।


ଦ୍ରୁପଦ ସୂତା ସେ ଅଗ୍ନି ସମ୍ଭୂତା

କଳାକୃଷ୍ଣ ଶ୍ରୀପୟେ ସମର୍ପିତା,

ସୌରେନ୍ଧ୍ରି ପାଞ୍ଚାଳୀ କୃଷ୍ଣା

ଜାଜ୍ଞସେନି ପାଞ୍ଚାଳୀ ନାମେ ରଚିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational