ଅଫୁଟା ଫୁଲ
ଅଫୁଟା ଫୁଲ
କୁହ....
ମୁଁ କ'ଣ ସତରେ ଅଲୋଡ଼ା !!
ଜରାୟୁରୁ ଜୀବନର ରାହା ଖୋଜେ,
ମାଆର ବାତ୍ସଲ୍ୟ ଆଉ ପିତାର ପରଶଠୁ ବହୁଦୂରେ -
ହଜିଯାଏ କେଉଁଆଡ଼େ ମୋ'ର କଅଁଳ ଦରଗଢା ମାଂସ ପିଣ୍ଡୁଳାଟା;
ଅବା କେଉଁ ଡଷ୍ଟବିନ୍ ଭିତରେ... ରୁଦ୍ଧ ହୁଏ ଶ୍ୱାସ କେଉଁ ଶ୍ୱାନର ମୁନିଆଁ ଦାନ୍ତରେ,
ହୋଇଯାଏ ବୄନ୍ତଚ୍ୟୁତ ଗୋଟେ-
ଅଭିଶପ୍ତ ଅଫୁଟାଫୁଲର ପାଖୁଡ଼ା ।।
ମୁଁ...କ'ଣ...ସତରେ ଅଲୋଡ଼ା !!!
ମୋର କ'ଣ ମନଟିଏ ନାହିଁ !!
ନାହିଁ କ'ଣ ସ୍ୱପ୍ନଟିଏ ଦେଖିବାକୁ ମାଆର କୋଳରେ ??
ବାପାଙ୍କ ପିଠିରେ ନାଉ ହେବା ଅଧୀକାରଠୁ -
ସତେ କ'ଣ ବଳିଯାଏ ଯୌତୁକର ଭାର ??
ଯୌବନରୁ ଜରାଯାଏ ଖାଲି ମାଂସର ବିଳାପ ;
ଚମକି ଉଠେ...ଚାରିପାଖେ ଖାଲି ବିକୄତିର ଅଟ୍ଟହାସ୍ୟ,ପାଗଳ ପ୍ରଳାପ -
ଜାଳି ଜାଳି ରକ୍ତର ପ୍ରଦୀପ ;
ରହିଯାଏ ସିନା ଯାହା ନିରସ ଚମଡା ।।
କୁହନା .....
ମୁଁ.. କ'ଣ..ସତରେ ଅଲୋଡ଼ା ???
