STORYMIRROR

Debadatta Jena

Romance Inspirational Thriller

3  

Debadatta Jena

Romance Inspirational Thriller

ଅଫୁଟା ଫୁଲ..

ଅଫୁଟା ଫୁଲ..

1 min
329


କେଉଁ ବଗିଚାର କଳିକା ଗୋ ତୁମେ 


ଋତୁ ରାଣୀ ରାଜ ଜେମା, 


କେଉଁ ଫୁଲ ରାଣୀ ଅଫୁଟା କଢି ଗୋ, 


ଅଙ୍କୁରଉଦ୍ଗମେ ଆନମନା, 


ତୁମେ ସୂର୍ଯ୍ୟ ମୁଖୀ ହେ ରାଜ ନନ୍ଦିନୀ, 


ରାଧା ତମାଳ ରକ୍ତ ଜବା, 


ହେ ସ୍ଥଳ ପଦ୍ମିନୀ କି ସୁଗନ୍ଧ ଯାମିନୀ 


କନିଅର ସର୍ବୋଜୟା, 


ମୋ ମନ ମନ୍ଦିର ମନ୍ଦାର ଗୋ ତୁମେ 


ଯୁଇ ଜାଇ କୃଷ୍ଣ ଚୂଡ଼ା..!


ଚମ୍ପା କି ମାଳତୀ, ହେମ ପୁଷ୍ପ ବତୀ, 


ମାଳତୀ ରଜନୀ ଗନ୍ଧା, 


ତୁମେ କି ଶେଫାଳି,କି ମଧୁ ମାଳତୀ 


ଜିନିଆ, ଜିତା ଅପରାଜିତା, 


ପିତ କି ଲୋହିତ ରଂଗରେ ତୁମେ 


ସାଜୁଛ ଚନ୍ଦ୍ର ମଲ୍ଲୀକା..!


ମଧୁ ବସଂତରେ ଫୁଟିବ କି ତୁମେ, 


ବିଳାସ ବର୍ଣ୍ଣେ ରଂଜିତା, 


ହରିଦ୍ରା ରଂଗରେ ସାଜିଲେ ଗୌରୀ 


ହୈମବତୀ ସୁଶୋଭିତା..!



ପିତ ଲୋହିତ, ପାଟଳ ଗୋଲାପୀ 


ଅଭୂଲା ପ୍ରେମର ରଂଗ, 


ନାଲି ନେଳି ରଂଗ କି ସଦା ସବୁଜ 


ପ୍ରତୀକ ଭାବନା ରଂଗ..!


କଇଁ ଫୁଲ ଯେବେ ସାଜିବ ମାନିନୀ 


ଆବେଗରେ ପରିପୂର୍ଣ୍ଣା, 


ଚମ୍ପକ ବର୍ଣ୍ଣା, ମୋ ମନର ମାନସୀ 


ବସଂତରେ ମନ ଜିଣା, 


ତୁମେ ନୀଳ ପୁଣି ଘନ ନୀଳ ସାଜ 


ସେ ରଂଗ ରାଗ,ଅନୁରାଗ, 


ଶ୍ୱେତ କି ଧବଳ, ସାଜିଲେ ମୟୂରୀ 


ସେ ରମ୍ୟ ପ୍ରଣୟ ବିରାଗ, 


କଜ୍ଜଳ ରଂଗରେ ଫୁଟିଲେ ସେ ଫୁଲ 


ସଂକେତ ଭାବ ସଂବେଗ..!


ତୁମ ମନରେ ଥାଉ କେଶର ରଂଗ, 


ହୃଦୟେ ରଂଗ କେଶର, 


ତୁମ ଭାବନା ହେଉ ନୀଳ ସମୁଦ୍ର, 


କଳ୍ପନା ଚିର ବସଂତ.. !


ତୁମ ଫୁଲ ଫଗୁଣେ ଉଁଉ ଇନ୍ଦ୍ରଧନୁ 


ରେଣୁରେ ସାତ ରଂଗ..!!


ଫୁଟି ଯାଉ ସେଇ କଢ଼, ମନରେ ପୁଷ୍ପ ରାଗ 


ଫୁଟି ଯାଉ ସେ ଫୁଲ, ସରାଗରେ ଅନୁରାଗ..!!!


       




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance