ଅଫେରା ରାଇଜ
ଅଫେରା ରାଇଜ
ମାଆ ମାଆ ବୋଲି ଯେତେ ତୁ ଡାକିଲେ
ମାଆ କି ଫେରିଆସିବ,
ଏ ମାୟା ସଂସାର ଛାଡ଼ି ଚାଲି ଗଲା .
କାଇଁ ଦୁଃଖ ଭୋଗୁଥିବ ।
ଅନ୍ତଚିରି ଦିନେ ଦେଇଥିଲା ତୋତେ
କେତେ କଷ୍ଟରେ ଜନମ,
ଓଦା ଶେଯେ ଶୋଇ ଶୁଖାରେ ଶୁଆ ଏ
ନିତ୍ୟ ଅଟେ ତାରକାମ ।
ନିଜେ କେତେଭୋକ ଉପବାସ ରହି
ପୁତ୍ରକୁ ଖୁଆଏ ଯତ୍ନେ,
ଶୁଝି ନପାରିଲୁ ମାତ୍ରୁ ଋଣ କେବେ
ପଡ଼ୁନିକି ତୋରମନେ ।
ବ୍ରତ ଉପବାସ କେତେ ମାନସିକ
କେତେ ମନ୍ଦିର କୁ ଯାଇ,
ରାତ୍ର ଉଜାଗର କେତେ ତିଥି ବାର
ମନେ ମାନସିକ ନେଇ ।
ତୋଦୁଃଖ ଦେଖିଲେ ତା ଆଖିରୁ ଝରେ
ଝରଝର ଅଶ୍ରୁ ଧାର,
ତୋ ଖୁସୀ ଦେଖିଲେ ହୁଅଇ ସେ ଖୁସୀ
ଖୁସିରେ ହୁଏ ଅଧିର ।
ତୁ କେଣିକି ଗଲେ ତୋ ଫେରିବା ପଥ
ଚାହିଁ ରହିଥାଏ ସେହି ,
କେତେବେଳେ ମୋର ପୁଅ ଫେରିବରେ
ଲୋକଙ୍କୁ ପଚାରେ ଯାଇ ।
ଜୀବ ଥିଲା ବୋଲି କେତେକହୁଥିଲା
ଆଜି କି ଆଉ କହିବ,
ଚାଳିଗଲା ସବୁ ମୋହମାୟା ଛାଡ଼ି
ପୁଣି କି ଆଉ ଫେରିବ ।
ଜୀବ ଥିଲା ବେଲେ ନପଚାରୁ ଦିନେ
ମାଆଲୋ କଣ କରୁଛୁ,
ଚାଲିଗଲା ବୋଲି ଭାବିଲେ କିହେବ
ଏକଥା କି ନ ଯାଣୁଛୁ ।
ଯେତେମୁଣ୍ଡ କୋଡ଼ି ବାହୁନି କାନ୍ଦିଲେ
ସେ ଆଉ ଫେରିବ ନାହିଁ,
ସବୁଦିନ ପାଇଁ ଚାଲିଗଲା ସିଏ
ଅଫେରା ରାଇଜେ ଯାଇ ।
