STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Tragedy

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଅପଢ଼ା ବହି

ଅପଢ଼ା ବହି

1 min
213

ପଢିବାକୁ ହୁଏ ନିଃସଙ୍ଗ ବେଳାରେ

 ଝାଲସା ଆଖି ରେ,

 ଘର ବାରଣ୍ଡାରେ,ଭଙ୍ଗା ଖଟରେ

 ଅବା ମେଡିକାଲରେ

ନତୁବା ହିଂସୁକୁଟିଆ କାଳ ଯୋଗରେ l

କି ସଞ୍ଜ କି ସକାଳ

କି ଅନ୍ଧାର କି ଉଜ୍ଜ୍ବଳ

କି କଞ୍ଚା କି ପାଚିଲା କି ସ୍ତ୍ରୀ ପୁରୁଷ କି ଛୁଆ ପିଲା,

କିଛି ବି ଫରକ ନଥିବା ଦୁଃଖଦ ମୁହୂର୍ତ୍ତର ଟିଏ l

ଜ୍ୱର କାଶ ଥଣ୍ଡା ଅବା ଅଚିହ୍ନା ରୋଗରେ

ଦହଗଞ୍ଜର ସତ ସତୀକା ଲେଖାଟିଏ 

ଆଉ ଲେଖିବାକୁ ହୁଏ ଶୁନ୍ୟରେ ମହାଶୂନ୍ୟରେ

ଅଣ ଚାଶ ପବନର ବନ୍ଧା ଦୋଳି ଟିଏ ଝୁଲେଇ 

ପାପ ପୂଣ୍ୟର ଅର୍ଗଳିକୁ ମୁଣ୍ଡରେ ମୁଣ୍ଡେଇ ମୁଣ୍ଡେଇ

ସବୁଦିନ ପାଇଁ ସ୍ଵାକ୍ଷରଟିଏ କରି ଦେଇ

 ପାଠ ପଢୁଆ ଟିଏ ହୋଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy