STORYMIRROR

Chittaranjan Nanda

Crime Others

4  

Chittaranjan Nanda

Crime Others

ଅନ୍ୟାୟର ସୀମା ଯାଉଛି ଲଙ୍ଘିରେ

ଅନ୍ୟାୟର ସୀମା ଯାଉଛି ଲଙ୍ଘିରେ

1 min
423


ମତଲବି ଦୁନିଆରେ ସ୍ୱାର୍ଥପର ଛଳନାର ହସ ପଛେ

ଥାଏ କପଟୀ ମନର କୂଟନୀତି 

ଭାବ ଅବା ଭାବନା ହୋଇଛି ପ୍ରଶ୍ନଟିଏ ଅନୁଭବ ହୁଏ 

ସମ୍ପ୍ରତି ସମୟ ଆଉ ପରିସ୍ଥିତି ।।


ଖୋଜିଲେ ମିଳେ ନାହିଁ ସ୍ୱଛ ମନ, ପାଇବ ଦହନ, 

ଜ୍ବଳନ, ଯନ୍ତ୍ରଣା ଭଲ ପାଇବାର ପ୍ରତିଦାନ

ପ୍ରତାରଣାର ପବନ ବହୁଛି ତୁହାକୁ ତୁହା, ମଣିଷକୁ 

ଅଣନିଶ୍ଵାସୀ ଲାଗେ ଜୀବନ ।।


ଦେଶର ନେତା ଆଜି କପଟୀ ହୋଇଛି, ଚାଲେ ରାଜୁତି

ହୋଇ ଦାଗୀ ଚୋର ଡକାୟତ ମେଣ୍ଟ 

ଅନ୍ୟାୟ, ଶୋଷଣ ଓ ଅତ୍ୟାଚାର କରୁଛନ୍ତି ବସି ଯେତେ

ଲାଞ୍ଚଖୋର କରି ବାଣ୍ଟ କୁଣ୍ଟ ।।


କଲ ବଲ ହୁଏ ଗରିବ ବାପୁଡା ଏଠି, ଭୋକେ ରହେ 

ଗଣ୍ଡେ ଖାଇ ଢୋକେ ପିଇ

ସର୍ବଦା ଭାବୁଛି ବସି ଦରିଦ୍ର ମଣିଷ ଦାରିଦ୍ର୍ୟ ଜ୍ୱାଳାରୁ 

କେବେ ମୁକ୍ତି ଯିବ ପାଇ ।।


ଅପରାଧ କଲେ ବି ଜଘନ୍ୟ ଅପରାଧ ଖଲାସ ତ ହୋଇ

ଯାନ୍ତି ଟଙ୍କା ଦେଇ ଲାଞ୍ଚରେ

ଏ କି କ୍ଷମତା ନିଶା, କ୍ଷମତା ପାଇଁ ବିକା କିଣା ଅସତ୍ୟ 

ଅନ୍ୟାୟର ସୀମା ଯାଉଛି ଲଙ୍ଘିରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime