STORYMIRROR

Dharmananda Maharana

Inspirational

3  

Dharmananda Maharana

Inspirational

ଅନ୍ୟାୟ ବିଚାର

ଅନ୍ୟାୟ ବିଚାର

1 min
322

ଜୀବନ୍ତ ସର୍ପଟେ ଦେଖିଲେ ମଣିଷ 

ଗୋଡ଼ାଇ ଗୋଡ଼ାଇ ପିଟେ ,

ତମ୍ବା ନାଗ ପାଖେ ଗୁହାରି କରିଣ 

କ୍ଷୀର ଫୁଲ ଦେଇ ଲୋଟେ।

ନୁଖୁରା ଶୁଖିଲା ଦେହେ ଲାଗି ପାଇଁ 

ତଇଳ ଟୋପେ ମିଳେନା 

ଶନିଦେବ କହି ପଥର ମୁଣ୍ଡରେ 

ଢ଼ାଳୁ ଥାଏ ଗିନା ଗିନା l 

ନାରୀକେଳ ସ୍ୱାଦ ଗରିବ ପାଇଁକି 

ଆକାଶ କଇଁଆ ପରି 

ତାରିଣୀ ନଡ଼ିଆ ବସଷ୍ଟାଣ୍ଡରେ 

ଖତ ଖାଏ ପଡି ପଡି l

ଜୀବନ୍ତ ମୂଷାକୁ ଦେଖିଲେ ମାନବ 

ମୂଷା ମରା ଦ୍ୱାରା ମାରେ ,

ମାଟିର ତିଆରି ମୂଷାକୁ ଆଦରି 

ଲଡୁ ଦେଇ ପୂଜା କରେ।

ନୂଆ କୋଠା କଲେ ପୂଜାଘର କରି 

ପାଷାଣ ପ୍ରତିମା ପୂଜେ,

ଚଳନ୍ତି ପ୍ରତିମା ପିତାମାତା ପାଇଁ 

ଜରାଶ୍ରମ ବୁଲି ଖୋଜେ।

କ୍ଷୀର ନପାଇଣ ଅପପୁଷ୍ଟି ରୋଗେ 

ଶିଶୁ ମରୁଥିବା ବେଳେ,

ପାଷାଣ ଲିଙ୍ଗରେ ମଣିଷ ପ୍ରତ୍ୟହ

ଗଡୁ ଗଡୁ କ୍ଷୀର ଢାଳେ।

ସୁଖେ ଦୁଃଖେ ଯିଏ ପାଶେ ଠିଆ ହୁଏ 

ତାହାକୁ ସାହାଯ୍ୟ ନାହିଁ ,

ଦାରୁ,ମାଟି,ପାଷାଣ ମୂର୍ତ୍ତି ପୂଜଇ

ଖାଣ୍ଟି ଗୁଆଘିଅ ଦେଇ।

ଲୋକ ଦେଖାଣିଆ ନିଜସ୍ୱାର୍ଥ ପାଇଁ 

ପ୍ରଥା ରହିଅଛି ବୋଲି ,

ବଂଚିଥିବା ବେଳେ ଖାଇବା ନଦେଉ 

ମଲେ ବାଢୁ ଖଲି ଖଲି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational