Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hasyamayee Raj

Tragedy

3  

Hasyamayee Raj

Tragedy

ଅନୁତାପର ଲୁହ

ଅନୁତାପର ଲୁହ

1 min
123



ଅଜାଣତେ

ଭୂଲ୍ ହେଇଯାଏ

ଅନୁତାପର ଲୁହ

କେବେ କେବେ 

ସେ ଭୂଲ୍ କୁ ବି

ଧୋଇଦିଏ 

ହେଲେ ସେ ଲୁହ

ସବୁ ଭୂଲ୍ କୁ କ'ଣ

ଧୋଇଦେଇ ପାରେ ?

ମନ ଗୁମୁରି ଗୁମୁରି କାନ୍ଦେ

ନେଡିଗୁଡ଼ କହୁଣୀକୁ

ବହିଯାଇଥାଏ

ହସ ଜୀବନରୁ

ଲିଭି ଲିଭି ଯାଏ

ଅନୁତାପର କୁହୁଳା ନିଆଁର

ସିଝି ସିଝି ଜିଇଁବାକୁ ହୁଏ ।

ଏଇଯେ ଜୀବନ ! 

ସବୁ ବୁଝିବି

ଅବୁଝା ହୁଏ ମଣିଷ

ଆଖି ଥାଇବି

ପାଲଟିଯାଏ ଅନ୍ଧ 

ଅପୁରା ହୋଇଯାଏ

ଦୃଶ୍ୟମାନ ସ୍ଵପ୍ନ

ଝୁରୁଥାଏ ଛାଡି ଆସିଥିବା

ସେ ଅମୂଲ୍ୟ ସମୟ

ଆଉ ଅଭିଷାପ ଦେଉଥାଏ

ସେଇ ମୁହୂର୍ତ୍ତକୁ

ଯିଏ ଥିଲା ତା'ପାଇଁ 

ଖୁବ୍ ଅଭିଶପ୍ତ । 

ହୃଦୟର ନିଭୃତ କୋଣରୁ 

ଭାଷି ଆସୁଥାଏ

ଏକ ମର୍ମଭେଦୀ ସ୍ବର

ଆଉ କହୁଥାଏ 

"ଆଉ ଥରେ

ଫେରିଆସନ୍ତା କି ସେ ସମୟ 

ଆଉ କରନ୍ତାନି ସେ ଭୂଲ୍

କି ପିଅନ୍ତା ନି 

ସେ ଲୁହକୁ ବାରମ୍ବାର ।



Rate this content
Log in