ଅନୁତାପ
ଅନୁତାପ
ମଣିଷ ହୃଦୟର ସମତଳ ଚଟାଣରେ
ସୃଷ୍ଟି ହୁଏ ଯେବେ ଅନୁତାପର ଗର୍ତ୍ତ
କିଛି ମଣିଷ ...
ଅନୁତାପ କରେ ବୋଲି
ଜଣେଇବାକୁ ଚାହେଁନା କାହାକୁ
କାରଣ ଭୁଲ ତ ଥିଲା ନିଜର
ଅନ୍ୟକୁ ଦୋଷ ଦେବ କେମିତି?
କେବଳ ଅଭିନୟର ସିମେଣ୍ଟରେ
ତା ହୃଦୟରେ ଥିବା
ଅନୁତାପର ଗର୍ତ୍ତକୁ ପୂରଣ କରିବାକୁ ଲାଗେ।
କିନ୍ତୁ ତା ମୁହଁରେ
ପ୍ରତୀତ ହେଉବିଥିବା ମଳିନତା ତ
ତା ଅନୁତାପର ପ୍ରମାଣ ଦିଏ।
