STORYMIRROR

Bhumisuta Sahu

Romance

3  

Bhumisuta Sahu

Romance

ଅନୁତାପ

ଅନୁତାପ

1 min
197

ଜଳିଗଲି ଜଳିଗଲି ଜଳିଗଲିରେ

ପ୍ରେମ ନିଆଁରେ ମୁଁ ଜଳିଗଲିରେ

ସରିଗଲି ସରିଗଲି ସରିଗଲିରେ

ତୋ ପ୍ରେମରେ ପାଉଁଶ ହେଲିରେ

ଜଳିଗଲି ଜଳିଗଲିରେ ।


ଜାଣି ତ ନ ଥିଲି ମୁହିଁ

      ଏମିତି କରିବୂ

ହାତ ଧରି ହାତ ମୋର

    ଛାଡ଼ି ଚାଲିଯିବୁ ।

ଛାଡ଼ି ବାର ଥିଲା ଯଦି

    ପ୍ରେମ କଲୂ କିଆଁ

ତୋ ପ୍ରେମରେ ଭାଙ୍ଗିଗଲା 

 ମୋ ଟିକି ଦୁନିଆଁ ।

ଜୀବନଟା ହୋଇଗଲା ମରୁଭୂଇଁରେ

ଏଠି ବାଲି ଖାଲି ବାଲିରେ

ଜଳିଗଲି ଜଳିଗଲି ଜଳିଗଲିରେ ।


ତୋତେ ଭାବିଥିଲି ମୁହିଁ

   ନିଜଠୁ ନିଜର

ତୋ ପାଇଁ ମୁଁ ଭୁଲିଥିଲି

 ମୋ ଘର ଦୁଆର ।

ଧାଉଁ ଥିଲି ତୋ ପଛରେ

   ପ୍ରେମିକ ହୋଇ

ତୁ ଥିଲୁ ବିଜୁଳିଟେ

        କ୍ଷଣିକ ପାଇଁ ।।

ସ୍ବାର୍ଥପର ହୋଇ ତୁ ତଦେଲୁ ଧୋକାରେ

  ତୁ ତ ଛାଡ଼ି ଗଲୁଚାଲିରେ 

ଜଳିଗଲି ଜଳିଗଲି ଜଳିଗଲିରେ ।


ସମୟଟା ସବୁ ମୋତେ

  ଦେଲା ଶିଖେଇ

କେଉଁ ଦୋଷ କଲି ତୋର

     ଦେଲୁ  ସୂଝେଇ ।। 

ଭାଙ୍ଗିଦେଲୁ ତୁହିଁ ମୋର

    ସବୁ ସପନ  

କି ଲାଭ ପାଇଲି

    ହୋଇ ଭାବପ୍ରବଣ

ସବୁ କିଛି ଥାଇ ମୁ ଯେ ପାଗଲ ପରି

ବୁଲି ବୁଲି ହାରିଗଲି ରେ  

ଜଳିଗଲି ଜଳିଗଲିରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance