ଅନୁତାପ
ଅନୁତାପ


ଭଲ ପାଇଥିଲି ତୁମକୁ ଗୋ ପ୍ରିୟା
ଦେଖି ତୁମ ରୂପ ରଙ୍ଗ
ଜାଣି ନ ଥିଲି ମୁଁ ତାହାରି ଭିତରେ
ରହିଛି ଏପରି ବ୍ୟଙ୍ଗ ॥
ଟାହି ଟାପରାରେ ଶୁଣିଥିଲି ମୁହିଁ
ତୁମ ଅଭିମାନ କଥା
ସେହି ଅଭିମାନ ଆଜିର ଦିନରେ
ଦେଉଛି ସପନ ବ୍ୟଥା ॥
ଅନୁତାପର ସେ ଅଗ୍ନି ଶିଖାରେ
ଜଳିଯାଏ ମୋର ମନ
କେମିତି ରହିଁଛ ମଉନେ ପ୍ରିୟା ମୋ
ହୃଦୟ ବେଦନା ବୁଝି ପାରୁନ ॥
ରହିଛି ରହିବି ତୁମରି ପାଇଁ ମୁଁ
ଜୀବନ ଟା ଥିବା ଯାଏ
ରହିଥିବି ଚାହିଁ ବାଟକୁ ତୁମରି
ତୁମେ ତ ଆସିବା ଯାଏ ॥