STORYMIRROR

PUSPALATA SAHOO

Tragedy

3  

PUSPALATA SAHOO

Tragedy

ଅନୁତାପ

ଅନୁତାପ

1 min
177

ଭଲ ପାଇଥିଲି ତୁମକୁ ଗୋ ପ୍ରିୟା 

ଦେଖି ତୁମ ରୂପ ରଙ୍ଗ 

ଜାଣି ନ ଥିଲି ମୁଁ ତାହାରି ଭିତରେ 

ରହିଛି ଏପରି ବ୍ୟଙ୍ଗ ॥

ଟାହି ଟାପରାରେ ଶୁଣିଥିଲି ମୁହିଁ 

ତୁମ ଅଭିମାନ କଥା 

ସେହି ଅଭିମାନ ଆଜିର ଦିନରେ 

ଦେଉଛି ସପନ ବ୍ୟଥା ॥

ଅନୁତାପର ସେ ଅଗ୍ନି ଶିଖାରେ 

ଜଳିଯାଏ ମୋର ମନ 

କେମିତି ରହିଁଛ ମଉନେ ପ୍ରିୟା ମୋ 

 ହୃଦୟ ବେଦନା ବୁଝି ପାରୁନ ॥

ରହିଛି ରହିବି ତୁମରି ପାଇଁ ମୁଁ 

ଜୀବନ ଟା ଥିବା ଯାଏ 

ରହିଥିବି ଚାହିଁ ବାଟକୁ ତୁମରି 

ତୁମେ ତ ଆସିବା ଯାଏ ॥



Rate this content
Log in

Similar oriya poem from Tragedy