ଅନୁତାପ
ଅନୁତାପ
ଜାଣି ଜାଣି କେବେ
ଭୁଲ୍ କରିବାନି
କହିବାନି ମିଛ କଥା
ଭୁଲ୍ ହେଇଗଲେ
କ୍ଷମା ମାଗିନେବା
ସରାଗେ ନୁଆଁଇ ମଥା ।
ଅଜାଣତେ ହେଉ
ଅବା ଜାଣତରେ
ହେଇଯାଏ କେବେ ପାପ
ପାପ ପରିମାଣ
ଯାଇଥାଏ କମି
କରୁ ଯଦି ଅନୁତାପ ।
ଅନୁତାପାନଳେ
ଦଗ୍ଧୀଭୂତ ହେଲେ
ରହେନାହିଁ ଅବଶୋଷ
ନିଜ ଭୁଲ୍ ପାଇଁ
କ୍ଷମା ମାଗିନେଲେ
ମିଳଇ ଆତ୍ମସନ୍ତୋଷ ।