STORYMIRROR

Jitendra Seth

Inspirational

4  

Jitendra Seth

Inspirational

ଅନୁତାପ

ଅନୁତାପ

1 min
180

ଆଗପଛ କଥା ଭାବିଲୁନି ବୋଲି

ହେଲୁ ଆଜି ବାଟବଣା 

ଅବହେଳା କରି ବୁଦ୍ଧି ବିବେକକୁ 

ଦୁଃଖ ପାଉ ଦୁଇ ଗୁଣା ।। 


ସମୟ ସାଧନ ସବୁ ଥାଇ ପାଖେ 

କଲୁ ନାହିଁ ପରିଶ୍ରମ 

ଅକାମରେ ତୁହିଁ ମନଯୋଗ କରି 

ଭୁଲିଲୁ ନିଜ କରମ ।। 


ପିତା ମାତା ଆଉ ଗୁରୁଜନ କଥା 

ଶୁଣିଲୁନି କେବେ ଥରେ 

ଦୁର୍ଜନ ସାଙ୍ଗରେ ମେଳ ହୋଇ ତୁହିଁ 

କଳି ଗାଳି କଲୁ ଘରେ ।।


ଔଦ୍ଧତ୍ୟ ଯୋଗରୁ ହରାଇଣ ସବୁ

ହେଲୁ ନିଜେ ନାରଖାର

କର୍ତ୍ତବ୍ଯକୁ କଲୁ ଅବହେଳା ବୋଲି 

ଆପଣାର ହେଲେ ପର ।। 


ସବୁ ସରିଗଲା ପରେ ଆଜି କାହିଁ 

ମନେ ତୋର ଅନୁତାପ 

ଲକ୍ଷେ ପାପ କରି ଗଙ୍ଗା ସ୍ନାନ କଲେ 

ବିଷ ହେବ କି ଅମୃତ  ।। 


ଯାହା ଯେତେବେଳ କରିବାର ଥିଲା 

କଲୁ ନାହିଁ ସେତେବେଳେ 

କୁଳରେ କଳଙ୍କ ଲଗାଇ ଦେଇ ତୁ 

ଧୋଉ ତାକୁ ଗଙ୍ଗା ଜଳେ ।। 


ଅତୀତକୁ ତୋର ପାଇବୁନି ଫେରି 

ଯେତେ କଲେ ଅନୁତାପ 

ତୋର ଭୁଲ ପାଇଁ ତୋ ଜୀବନ ଗାଥା 

ସାଜିଲା ଖରାପ ଗପ ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational