Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Tragedy Classics

3.5  

Kali Kumar

Tragedy Classics

ଅନୁତାପ

ଅନୁତାପ

1 min
109


ଅପ୍ରସ୍ଫୁଟିତ, ଅପରିବ୍ୟକ୍ତ, ଅନ୍ତରାତ୍ମାର ଅନଳ ଅନ୍ତର୍ଭୁକ୍ତ ଅନ୍ତହୀନ ଅଲୌକିକତା ଅନେକ ଦିନ ହେଲା

ସୂର୍ଯ୍ୟାସ୍ତ ସହ

ଆଲୋଚନା କରିଆସୁଛି,

କାହିଁକି ! କାହିଁକି !

ସେ ନିର୍ଦ୍ଧାରିତ ନିୟତି ଅନୁଯାୟୀ ଅସ୍ତ ହୁଏ ?

ତା'ର ଏହି ନିୟମିତତା ହେତୁ

ପୁଣି ଏକ ସଞ୍ଜ ଆସିବ,

ପୁଣି ଏ ଆକାଶକୁ

ତିମିରାଚ୍ଛନ୍ନ କରିଦେବ,

ପୁଣି ଆକାଶର କାଳିମାରେ

ଖେଳିଉଠିବ ଧ୍ରୁବତାରା,

ଆକାଶ ହେବ ନକ୍ଷତ୍ରରେ ଭରା

ତାରାମାନଙ୍କର ଲୋଚକାଳି ଖେଳ,

ଚାନ୍ଦ ସହ ଚକରର ମେଳ

ଆଉ ସେମାନେ ମୋ ନିଃସଙ୍ଗତାକୁ

ପରିହାସ କରି ଯନ୍ତ୍ରଣାସିକ୍ତ କରାଇଦେବ ।

ଆହାଃ ! କେତେ କଷ୍ଟଦାୟକ ଏହି ସୂର୍ଯ୍ୟାସ୍ତ !

କେତେ ବିଡ଼ମ୍ବନାପୂର୍ଣ ସତେ; ଏହି ସୂର୍ଯ୍ୟାସ୍ତ !


Rate this content
Log in

Similar oriya poem from Tragedy