STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

ଅନୁରୋଧ

ଅନୁରୋଧ

1 min
252


ମନର ଭାବକୁ ପରିପ୍ରକାଶରେ

ପଦୁଟିଏ ଅଳି କରେ,

କର୍ତ୍ତବ୍ୟ ସାଜିଛି ଜୀବନର ମୋହ

କର୍ମମୟ ସଂସାରରେ।


ସୁଖ କାହିଁ ମୋର ଦୁଃଖ କାହିଁ ମୋର

ଦିନେ ତ ପାରୁନି କଳି,

ମାୟା ସଂସାରରେ ଦିନ ରାତି ମୋର

ନାଟକ ମଞ୍ଚରେ ଖେଳି।


ସ୍ନେହ ଶ୍ରଦ୍ଧା ଯାର ସ୍ମୃତିର ପୃଷ୍ଠାଟେ

କଳିର କରାଳ ରୂପେ,

ପ୍ରେମ ଖାଲି ମୋର ସ୍ୱପ୍ନର ସଉଧ

ପ୍ରୀତିର ସୀମାକୁ ମାପେ।


ଦେବା ପାଇଁ ନାହିଁ ଦୁନିଆଁକୁ କିଛି

ପାଇବାଟି ସ୍ଵପ୍ନ ମୋର,

ଦେବା ପାଇଁ ଯିଏ ଅକୁଣ୍ଠିତ ଥିଲା

ଆଜି ସିଏ ସାତ ପର।


ବୁହାଇ ମଳୟ ଜୀବନ ବସନ୍ତେ

କୁହେଳିକା ପରଦାରେ,

ମୋହ ଭରିଦେଇ ହଜିଗଲା ସିଏ

କୋହ ଦେଖିଲାନି ଥରେ।


ପାଇଥିଲି ଯାହା ସପନର ଫଳ

ଗୋପନ ସାଜିଛି ପାଶେ,

ତଥାପି ବଞ୍ଚିତ ମରୀଚିକା ପଥେ

ଜୀବନର ଅବଶେଷେ।


ଧରମ ସଞ୍ଚିବା କରମେ ନାହିଁ ମୋ

କର୍ତ୍ତବ୍ୟର ସଂମ୍ପାଦନେ,

ଶେଷ ଶାନ୍ତି ଖାଲି ଶ୍ମଶାନ ଭୂଇଁ ମୋ

ଜୁଇରେ ଜଳିବି ଦିନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy