STORYMIRROR

Debadatta Jena

Romance Classics Thriller

3  

Debadatta Jena

Romance Classics Thriller

ଅନୁରାଗର ରଙ୍ଗ

ଅନୁରାଗର ରଙ୍ଗ

1 min
178


କେଉଁ ରଙ୍ଗ ନେଇ ଛବି ମୁଁ ଅଙ୍କିବି 


ଅଲିଭା ସ୍ମୃତିର ରଙ୍ଗ, 


ମନର ରଙ୍ଗରେ ଛବିଟେ ଆଙ୍କିଲେ 


ହୃଦୟେ ଶତ ତରଙ୍ଗ..!


ସ୍ବପ୍ନର ରଙ୍ଗରେ ପରଖି ଦେଖିଲେ 


ଆଖିରେ ଖିଆଲି ରଙ୍ଗ, 


ପ୍ରେମର ରଙ୍ଗକୁ ନିରେଖି ମାଖିଲେ 


ଭଉଁରୀ ଖେଳେ ସେ ରଙ୍ଗ..!


ଭାବନା ରଙ୍ଗରେ ନିଠେଇ ମାଜିଲେ 


ଅପାସୋରା ସେ ରଙ୍ଗ, 


ଫୁଲର ରଙ୍ଗରେ ଘରଟେ ତୋଳିଲେ 


ସୁରଭି ବୁଣେ ସେ ରଙ୍ଗ..!


ଲୁହର ରଙ୍ଗରେ ମୋତି ସାଉଁଟିଲେ 


ସେ ରଙ୍ଗ ଅମୁଲ ମୂଲ, 


ଲହୁର ରଙ୍ଗରେ ଆଲୋଡନ ଥିଲେ 


ଫୁଟଇ ରକ୍ତ ଗୋଲାପ..!


ମାନେ ଅଭିମାନେ ଜୀବନ ଜିଇଁଲେ 


ସମ୍ପର୍କ ବାସେ ମହକ..! 


ହୃଦୟ ରଙ୍ଗ ଯେ ଗଭୀରତା ମାପେ 


ଲାଗିଲେ ଅନୁରାଗର ରଙ୍ଗ..!


"ଯା'ର ସ୍ବପ୍ନରେ ଢେଉ ରଙ୍ଗ ଫୁଆର  


ମନେ ତା'ନୀଳ ତରଙ୍ଗ, 


ହୃଦୟ ଯା'ର ରତ୍ନ ସାଗର 


ବକ୍ଷେ କୋମଳ ରଙ୍ଗ..!"


ଫେରିଆ ରଙ୍ଗ ବସନ୍ତ 


ନୀରବ ଝଡ଼ ଋତୁ ପରେ 


ପତ୍ର ଝଡା ଏ ଜୀବନ..!


ବରଷା ଶୀତ ଶିଶିର, 


ତା'ର ମୌସୁମୀରେ ଶ୍ୟାମଳ ତନୁ 


ଶ୍ରାବଣେ ସବୁଜ ରଙ୍ଗ..! 


ମଳୟରେ ମହକେ ରେଣୁ, 


ଜ୍ୟୋସ୍ନାରେ ପ୍ରୀତିର ରଙ୍ଗ, 


ସନ୍ଦେହ ତା'ର ବେପଥୁ ଅଶ୍ରୁ, 


ହସ ଯେ ରଙ୍ଗ ଫଗୁଣ..! 


ଜୀବନର ଏଇ ରଙ୍ଗ.., 


ମନ ଇନ୍ଦ୍ରଧନୁ ରଙ୍ଗ ବୁଣେ, 


ଆଣି ଅନୁରାଗର ରଙ୍ଗ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance