ଅନୁରାଗ ର ବଳୟ
ଅନୁରାଗ ର ବଳୟ
ପ୍ରେମ ଏକ ଚକ୍ରବ୍ୟୁହ ସଂସାର କ୍ଷେତରେ
ସଚରାଚର ମାନବ ସମାଜେ ଦର୍ଶାଏ ସିଏ
ସୃଷ୍ଟିର ଅମୁଲ୍ୟ ମୂଲ୍ୟାଙ୍କନ ବିନା ସ୍ୱାର୍ଥ
ପୂରଣ ଅଭିପ୍ସା ରେ କରି ଜୀବାତ୍ମା ବନ୍ଧନ
ସ୍ଥୁଳ ତନୁ ସୁକ୍ଷ୍ମ ଆଭା ଆବରଣେ l
ପ୍ରେମର ବନ୍ଧନ ବାନ୍ଧି ଚାଲେ ସୌର
ଜାଗତିକ ଚୁମ୍ବକୀୟ ବଳୟ ନିରନ୍ତର
ମାନବ ଜାତି ର ଭାଗ୍ୟଯୁକ୍ତ କର୍ମ ସକଳ,
ପରାକ୍ରମୀ ସେ ଯେ ଉର୍ଜାପୂର୍ଣ୍ଣ ସ୍ଫୁଲିଙ୍ଗ l
ପ୍ରେମର ବନ୍ଧନେ ହୁଏ ପୁଲକିତ ଅଳି
କୁସୁମର ମଧୁର ଜୀବନ ବୃଦ୍ଧି କରି
ଚାରୁପୂର୍ଣ୍ଣ ଉଦ୍ୟାନ ର ଗୌରବ ଆଉ
ସୁମନକୁଳ ର ବିସ୍ତାର l
ପ୍ରେମ ର ପରିଧି ରେ କବଳିତ ଯୁଗ୍ମ
ପ୍ରଣୟୀ ପ୍ରଣୟିନୀ ଭରା ଯୌବନେ
ଦୂରଦର୍ଶୀ ସାଜି ରଚିବାକୁ ଆଗାମୀ
ଆତ୍ମଜ ସୌଧ ବିଛୁରିତ କରଣେ
ପ୍ରେମମୟ ଆସର l
ପ୍ରେମମୟୀ ମାତା କୋଳେ ବୃଦ୍ଧି
ପ୍ରାପ୍ତ ହୁଏ ମାନବ ସନ୍ତାନ ପ୍ରବର
ପ୍ରେମୀଳ ଜୀବନିକା ଅମୃତ ପାନେ
ରଚିବାକୁ ହୁଏ ପ୍ରସ୍ତୁତ ଭବିଷ୍ୟ
ଗୋଲକ l
ପ୍ରେମ ଦିଏ ପ୍ରତିରକ୍ଷା ଶିଶୁପୁଙ୍ଗବେ
ବହିର୍ଗତ ହୋଇ ମାତୃ-ସନ୍ତାନ-ବତ୍ସଳା
ପ୍ରାଣୁ ସଦା ଏକ ରକ୍ଷା କବଚ ତୁଲ୍ୟ
ମାନବ ଓ ପାଶବ ଜଗତେ l
ପ୍ରେମର ବଳୟ ଘେରେ ସାରା ବିଶ୍ୱ
ତିଷ୍ଠିତ ଯାହା ଜୀବସୃଷ୍ଟି ଓ ପାଳନର
ଜୀବନ୍ତ ପ୍ରତୀକ ପ୍ଲାବିତ କରିଥାଏ ସଦା
ପ୍ରାଣେ ଶାଶ୍ୱତ ଆନନ୍ଦମୟୀ ଗଙ୍ଗୋତ୍ରୀ
ନିର୍ଝରିଣୀ l
ପ୍ରେମ ଏକ ସକାରାତ୍ମକ ସଗୁଣୀ
ସନାତନୀ ଯିଏ ଏକା ସୃଷ୍ଟି ସ୍ଥିତି
ପ୍ରଳୟ କାରିଣୀ ଆଉ ମହତ୍ତମ ଆଦର୍ଶ
ପରାୟିଣୀ ଯାହା ବିନା ସଂସାର ରକ୍ଷଣ
ଏକ କିମ୍ଭୁତକିମାକାର ସରଣୀ l
ପ୍ରେମର ପୂଜାରୀ ଓ ପୂଜାରିଣୀ ଆମେ
ସମସ୍ତ ଗୋଲକବାସୀ ନକରିବା କେବେ
ମର୍ଯ୍ୟାଦା ହୀନ ସାନ୍ନିଧ୍ୟ ହୀନ ତାକୁ ନହୋଇ
ପରାଂମୁଖ ଜଳାଇ ସ୍ଵଚିତ୍ତେ ଆମର
ମାନବତାର ପ୍ରଦୀପ l
