STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ଅନୁଢ଼ା ଆଖିର ସ୍ବପ୍ନ

ଅନୁଢ଼ା ଆଖିର ସ୍ବପ୍ନ

1 min
215

ଅନୁଢ଼ା ଆଖିର ସ୍ବପ୍ନ

ଝୁମୁରୁ ଝୁମୂରୁ ପାଉଁଜି ପିନ୍ଧି

ମୁଣ୍ଡରେ ସୁନ୍ଦର ବେଣୀକୁ ବାନ୍ଧି

ଆସୁ ତୁ ନେଇ ନୂଆ ଆଶାକୁ

କୁନି ଝିଅ ସହ ପଶୁ ବସାକୁ

ଝିଅ ଆଖିର ସେ କଜଳ ଗାର

ଗୋଲାପୀ ଓଠରେ ହସର ଭାର

ନେଇ ମା ବାପାଙ୍କ ସେନେହ ସବୁ

ଝିଅଟି ଆଖିରେ ସଜେଇ ଦେବୁ

କୁଆଁରୀ ମନର କେତେ ଭାବନା

ସାଙ୍ଗସାଥୀ ସହ ଧରି ଖେଳନା

ଖେଳରେ ଖେଳରେ ଜୀବନ ଶିଖେ

ପାଠ ସହ କେତେ ସପନ ଦେଖେ

ବଧୂ ସାଜି ଦିନେ ହୋଇବ ପର

ଆଉ କାହା ପାଇଁ ସେ ତ ଛାଡ଼ିବ ଘର

ଘରଣୀ ହୋଇବ କଣ୍ଢେଇ ରାଣୀ

ସଭିଙ୍କ ମନକୁ ପାରିବ ଜାଣି

ରତନ ସେ ସତେ କେତେ ସୁନ୍ଦର

ଝିଅଠୁ ଆଉ କେ ଅଛି ନିଜର

ଆପଣା ପଣର ଗଣ୍ଠିଲି ଟିଏ

ଝିଅ ନୁହେଁ ସ୍ନେହ ପସରା ସିଏ

ଝିଅ ଦେଖୁଥାଏ ସେହି ସପନ

ନ ମିଳୁ ପଛକେ ଧନ ରତନ

ଦି ମୁଠା ଭାତରେ ଚଳି ପାରିବ

ଯଦି ଜଣେ ମନ କଥା ବୁଝିବ

ମନ ହିଁ ତାହାର ବଡ ଆସରା

ମନ ନ ଚାହିଁଲେ ଧନ ଅସରା

ମନର ମଣିଷ ପାଇବା ପାଇଁ

ଝିଅ ରହିଥାଏ ବାଟକୁ ଚାହିଁ

କନିଆ ଜୀବନ ମା ବାପ ଧନ

ତା ମନ ଧରିବା ତାଙ୍କରି ସ୍ବପ୍ନ

ଯେତେଦିନ ଥିବ ଖୁସିରେ ରହୁ

ଝିଅ ଖୁସି ସବୁ ବାପ ମା ଚାହୁଁ ।



Rate this content
Log in

Similar oriya poem from Classics